ନିଜ ଅପହରଣ ବିଷୟରେ ମୁହଁ ଖୋଲିଲେ ରାକେଶ୍ଵର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବିଜାପୁରରେ ୬ ଦିନ ପୂର୍ବେ ଅପହୃତ କୋବ୍ରା ଯବାନ ରାକେଶ୍ଵର ସିଂହ ମନହାସଙ୍କୁ ମାଓବାଦୀ ମୁକ୍ତ କରିଛନ୍ତି। ଗୁରୁବାର ଅପରାହ୍ନରେ ମାଓବାଦୀଙ୍କ କବଳରୁ ମୁକୁଳିବା ପରେ ରାକେଶ୍ଵରଙ୍କୁ ବିଜାପୁର ସିଆରପିଏଫ କ୍ୟାମ୍ପ ଅଣାଯାଇଛି। ସେଠାରେ ତାଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଛି। ଶନିବାର ଛତିଶଗଡର ବିଜାପୁରରେ ପୋଲିସ-ମାଓବାଦୀ ଗୁଳି ବିନିମୟ ଘଟଣାରେ ମାଓବାଦୀ ମନହାସଙ୍କୁ ଅପହରଣ କରି ନେଇ ଯାଇଥିଲେ। ରାକେଶ୍ଵର ସିଂହଙ୍କ ମୁକ୍ତ ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳି ଯାଇଛି।

ରାକେଶ୍ଵରଙ୍କୁ ଛାଡିବା ପୂର୍ବରୁ ମାଓବାଦୀ ପ୍ରଥମେ ପ୍ରଜାକୋର୍ଟ କରିଥିଲେ। ଘଞ୍ଚ ଜଙ୍ଗଲରେ କରିଥିବା ପ୍ରଜାକୋର୍ଟରେ ମନହାସଙ୍କୁ ବାନ୍ଧୀ ହାଜର କରିଥିଲେ। ଏହି ସମୟରେ ମାଓବାଦୀଙ୍କ ସହ ଶତାଧିକ ଗାଁ ଲୋକେ ଉପସ୍ଥିତ ଥିଲେ। ମାଓ କବ୍‌ଜାରୁ ମୁକୁଳିବା ପରେ ନିଜ ଅପହରଣ ବିଷୟରେ ମୁହଁ ଖୋଲିଛନ୍ତି ଯବାନ ରାକେଶ୍ଵର ସିଂହ ମନହାସ୍‌। କିଭଳି ସେ ମାଓବାଦୀଙ୍କ ଦ୍ଵାରା ଅପହରଣ ହେଲେ ସେସବୁ ବଖାଣିଛନ୍ତି। ସେ କହିଛନ୍ତି ଯେ, ୩ ରାରିଖ ଦିନ ଏନକାଉଣ୍ଟର ବେଳେ ମୁଁ ବେହୋସ୍ ହୋଇ ଯାଇଥିଲି। ୪ ତାରିଖ ହୋସ୍‌ ଆସିବା ପରେ ଚାଲି ଚାଲି ଜଙ୍ଗଲରେ ଆସୁଥିଲି। ଏହି ସମୟରେ ମାଓବାଦୀଙ୍କ ହାତରେ ପଡିଥିଲି ଏବଂ ସେମାନେ ମୋତେ ଧରି ନେଇଥିଲେ। ଆଖିରେ ପଟି ବାନ୍ଧି ମୋତେ ନେଇ ଯାଇଥିଲେ। ବନ୍ଧକ ସମୟରେ ଖାଇବାକୁ ଠିକ୍‌ ସମୟରେ ଦେଉଥିଲେ ଏବଂ କିଛି ମାରଧର କରିନଥିଲେ ବୋଲି ରାକେଶ୍ଵର କହିଛନ୍ତି।

Leave a comment