୨୫୦ରୁ ଅଧିକ ମାଓବାଦୀଙ୍କ ଆତ୍ମସମର୍ପଣ

0

ମାଲକାନଗିରି ଜିଲ୍ଲାରେ ୨୫୦ରୁ ଅଧିକ ମାଓବାଦୀ ସମର୍ଥକ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାଯାଇଛି। ଏଭଳି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳରେ । ଆଜି ହାଟ ପଦାରେ ଏମାନେ ମାଥିଲି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ମହୁପଦରରେ ପୋଲିସର ସ୍ଥାୟୀ ଶିବିର ହେବା ପରେ ସେହି ଅଞ୍ଚଳର ପ୍ରଶାସନର ମୌଳିକ ସୁବିଧା ପହଞ୍ଚିବ ଓ ଉନ୍ନତି ହେବାର ଆଶା ରଖିଛନ୍ତି ଏଠିକାର ଲୋକେ ।

ଗତ ଦିନରେ ଏମାନେ ପୋଲିସର ବିରୋଧରେ ମାଓବାଦୀଙ୍କ ପାଇଁ କାମ କରୁଥିଲେ । ଏବେ ସେମାନେ ସେମାନଙ୍କ ଭୁଲ ବୁଝିଲା ପରେ ପୋଲିସ ସହ ହାତ ମିଳାଇଛନ୍ତି। ପୂର୍ବରୁ ମହୁପଦର ଅଞ୍ଚଳ ମାଓବାଦୀଙ୍କ କବଜାରେ ରହିଥିଲା ୨୫୦ରୁ ଅଧିକ ମାଓବାଦୀଙ୍କ ସମର୍ଥକଙ୍କ ଆତ୍ମସମର୍ପଣ ପରେ ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ପୋଲିସ ଏଠାରେ ଆତ୍ମସମର୍ପଣ କରିଥିବା ଲୋକମାନଙ୍କୁ କମ୍ବଳ ଓ ଡ୍ରେସ ମାଗଣାରେ ବଣ୍ଟନ କରିଥିବା ଜଣାଯାଇଛି ।

Leave a comment

You cannot copy content of this page