ଓଡ଼ିଶା ପୁଲିସକୁ ବଡ଼ ସଫଳତା : ମାଓ ଶିବିର ଧ୍ବଂସ, ବିପୁଳ ମାଓ ସାମଗ୍ରୀ ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଓଡ଼ିଶା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ପୋଲିସ ଡିଜିପି ଅଭୟଙ୍କ ନିର୍ଦ୍ଦେଶ ଏବଂ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂହଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସଓଜି ଗ୍ରୁପ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ସମରବନ୍ଧା ଜଙ୍ଗଲରେଥିବା ଏକ ମାଓବାଦୀ ଶିବିରକୁ ଧ୍ବଂସ କରିଦେଇଛି । ଏହାସହ ଏସଓଜି ଟିମ୍ କ୍ୟାମ୍ପରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଲଦାପଦର ରିଜର୍ଭ ଜଙ୍ଗଲ ପରିସରରେ ସ୍ଥାପିତ ଶିବିରରେ ୫ଜଣ ମହିଳା ମାଓବାଦୀଙ୍କ ସମେତ ପ୍ରାୟ ୧୫-୨୯ ଜଣ ମାଓବାଦୀ ଉପସ୍ଥିତ ଥିବାନେଇ ୩ ଦିନ ତଳେ ପୋଲିସକୁ ସୁରାକ ମିଳିଥିଲା । ଏସଓଜି ଟିମ୍ ସେମାନଙ୍କୁ ଧରିବା ପାଇଁ ଜୁନ୍ ୨୯ ତାରିଖରେ ଜଙ୍ଗଲରେ ଏକ ଅପରେସନ୍ ଆରମ୍ଭ କରିଥିଲେ । ତେବେ ସମସ୍ତ ମାଓବାଦୀମାନେ ଘଞ୍ଚ ଜଙ୍ଗଲରେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ।
ଘଟଣାସ୍ଥଳରୁ ପାରାମିଲିଟାରୀ ୟୁନିଟ୍ ୟୁରିଆ, ବନ୍ଧୁକ ଏବଂ ଅନ୍ୟାନ୍ୟ ବିସ୍ଫୋରକ ପଦାର୍ଥ ସହିତ ୧୫ କିଲୋଗ୍ରାମ ବିସ୍ଫୋରକ ଜବତ କରାଯାଇଛି। ସର୍ଚ୍ଚ ଅପରେସନକୁ ଜୋରଦାର କରି ଏସଓଜି ଟିମ୍ ୨୮ଟି ଡିଟୋନେଟର, ମଲ୍ଟିମିଟର, ବ୍ୟାଗ, ବ୍ଲାକ୍ କ୍ୟାପ୍, ରିଚାର୍ଜ ଯୋଗ୍ୟ ବ୍ୟାଟେରୀ, କ୍ୟାମ୍ପ ଉପକରଣ, ମାଓବାଦୀ ବ୍ୟାନର, ପୋଷ୍ଟର ଏବଂ ସାହିତ୍ୟ ଉଦ୍ଧାର କରିଛନ୍ତି । ଏବେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍ ଜୋରଦାର୍ ରହିଛି ବୋଲି କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ଗୀତା ସିଂହ ସୂଚନା ଦେଇଛନ୍ତି।

Leave a comment