ପୁଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟଣା: ବହୁ ମାଓ ସାମଗ୍ରୀ ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ପାପରମେଟଲା ଥାନା ଅନ୍ତର୍ଗତ ଗୁଣାମାମୁଡ଼ି ଗ୍ରାମ ନିକଟସ୍ଥ ଭୀମାରାମ ଜଙ୍ଗଲରେ ଗତକାଲି ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସେହି ସ୍ଥାନରୁ ଆଜି ପୁଲିସ ବହୁ ମାଓ ସାମଗ୍ରୀ ଜବତ କରିଛି। ଗୁଇନ୍ଦା ସୂଚନା ଆଧାରରେ ସ୍ୱାଭିମାନ ଅଞ୍ଚଳରେ ଏସଓଜି, ଡିଭିଏ ବିଏସ୍ଏଫ୍ ଓ ଆନ୍ଧ୍ର ପ୍ରଦେଶ ପୁଲିସ ପକ୍ଷରୁ ଏକ ଅପରେସନ କରାଯାଇଥିଲା।
ଗୁଣାମାମୁଡ଼ି ଗ୍ରାମ ନିକଟସ୍ଥ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ମାଓବାଦୀମାନେ ଗୁଳି ଚାଳନା କରିିଥିଲେ। ଏହାର ପ୍ରତି ଜବାବରେ ଏସଓଜି ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ମାଓବାଦୀମାନେ ଜଙ୍ଗଲର ସୁବିଧା ନେଇ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏହାପରେ ଘଟଣାସ୍ଥଳରେ ତଲାସୀ ବେଳେ ସୁରକ୍ଷାକର୍ମୀମାନେ ଗୋଟିଏ ଆଇଇଡି, ୧୧ ଟି ଏସଏଲଆର ଗୁଳି, ୪ଟି ଏକେ ଗୁଳି, ଗୋଟିଏ ଇନସାସ ଗୁଳି, ୩୨ ଟି ଡିଟୋନେଟର, ଗୋଟିଏ ରେଡିଓ, କ୍ୟାମେରା ଫ୍ଲାସ, ୩ଟି ମାଓ ପୋଷାକ, ୧୧ଟି କିଟ ବ୍ୟାଗ ଓ ଟିଫିନ କ୍ୟାରେଜ ସମେତ ଛତା, ଜୋତା, ମୋବାଇଲ ଫୋନ, ବହୁ ମାଓ ପୁସ୍ତିକା, ଔଷଧ ଓ ନିତ୍ୟ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।
ସ୍ୱାଭିମାନ ଅଞ୍ଚଳରେ ବହୁ ବିଏସ୍ଏଫ୍ କ୍ୟାମ୍ପ ଓ ଥାନା ପ୍ରତିଷ୍ଠା ହୋଇବା ସହ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହେଉଛି। ଫଳରେ ମାଓବାଦୀଙ୍କ ସ୍ୱାର୍ଥ ହାସଲ ହୋଇପାରୁନାହିଁ, ତେଣୁ ମାଓବାଦୀମାନେ ହିଂସାକାଣ୍ଡ ଘଟାଉଛନ୍ତି ବୋଲି ମାଲକାନଗିରି ଏସ.ପି ରିଷିକେଶ ଡି ଖିଲାରୀ ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ମିଳିଥିବା କାଗଜପତ୍ରରୁ ଆନ୍ଧ୍ର ଓଡ଼ିଶା ସୀମାନ୍ତ ସ୍ୱତନ୍ତ୍ର ଜୋନାଲ କମିଟିର ପୂର୍ବ ଡିଭିଜନର ଅରୁଣା ଆନ୍ଦ୍ରୁ ଓ ପେଦାବାଇଲୁ ଦଳମର କନ୍ଦା ସୁଧୀର ଉପସ୍ଥିତି ଥିଲେ। ସେହିପରି ସମ୍ପୃକ୍ତ ଅଞ୍ଚଳରେ ଅପରେସନ ଜାରି ରହିଥିବା ଏସପି ଶ୍ରୀ ଖିଲାରୀ ପ୍ରକାଶ କରିଛନ୍ତି।

Leave a comment