ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ । ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସଞ୍ଚୟ କୁମାର ସାହୁ ଆଇପିସି ଧାରା ୧୨୧ ଦେଶଦ୍ରୋହ ମାମଲାର ଶୁଣାଣି କରି ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପୂର୍ବରୁ ୫୨ଟି ମାମଲାରେ ମାଓ ନେତା ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ୨୦୧୪ ଜୁଲାଇ ୧୭ ତାରିଖରେ ସବ୍ୟସାଚୀ ପଣ୍ଡାଙ୍କୁ ବ୍ରହ୍ମପୁର ବଡ଼ବଜାର ଥାନା ସ୍ଥିତ ମଙ୍ଗଳବାରମ ପେଟା ସାହିରେ ଥିବା ଭଡ଼ା ଘରୁ ପୁଲିସ ଗିରଫ କରିଥିଲା । ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଓ ଦେଶଦ୍ରୋହ ମାମଲାରେ ଗଞ୍ଜାମ ଅତିରିକ୍ତ ଜିଲ୍ଲା ଦୌରା ଜଜ ସଞ୍ଚୟ କୁମାର ସାହୁ ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହି ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ଅପିଲ କରିବେ ବୋଲି କହିଛନ୍ତି ମାଓନେତା ସବ୍ୟସାଚୀଙ୍କ ଓକିଲ ।

Leave a comment