ତାଳି ମାରିଲେ ଦୂର ହୁଏ ଅନେକ ରୋଗ

0

ଦେଶରେ ତାଳି ମାରିବା ଏକ ଖୁସି ପ୍ରକାଶ କରିବାର ଉପାୟ ଅଟେ, କିନ୍ତୁ ଏହି ଉପାୟ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟକର ଅଟେ । ଏହାକୁ clapping therapy ମଧ୍ୟ କୁହାଯାଏ । ଏହି ଥେରାପି ହଜାର ହଜାର ବର୍ଷରୁ ଚାଲି ଆସିଛି । ଭାରତରେ ଭଜନ ,କୀର୍ତ୍ତନ ଏବଂ ମନ୍ତ୍ର ଉଚ୍ଚାରଣ ଏବଂ ଆରତୀ କରିବା ସମୟରେ ତାଳି ମାରିବାର ପ୍ରଥା ଅଛି । ଏଥିରୁ ମିଳୁଥିବା ଶାରୀରିକ ଲାଭ ମଧ୍ୟ କମ ନୁହେଁ ।

ତାଳି ମାରିବାର ବୈଜ୍ଞାନିକ କାରଣ ଦେଖିବାକୁ ଗଲେ ମନୁଷ୍ୟ ଶରୀରର ହାତରେ ୨୯ ଚାପ କେନ୍ଦ୍ର ଅର୍ଥାତ ଏକ୍ୟୁପ୍ରେସର ପଏଣ୍ଟ ଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ କୁହନ୍ତି ଯେ ଶରୀରର ମୁଖ୍ୟ ଅଙ୍ଗର ଚାପ କେନ୍ଦ୍ର ଗୋଡ଼ ଏବଂ ପାପୁଲିରେ ଅଛି । ଯଦି ଏହି ଚାପ କେନ୍ଦ୍ରର ମାଲିସ କରାଯାଏ ତେବେ ଏହା ଅନେକ ରୋଗରୁ ରକ୍ଷା କରିଥାଏ , ଯାହା ଅଙ୍ଗକୁ ପ୍ରଭାବିତ କରିଥାଏ । ଏହି ଚାପ କେନ୍ଦ୍ରକୁ ଦାବି ରକ୍ତ ଏବଂ ଅମ୍ଳଜାନର ରକ୍ତ ସଞ୍ଚାଳନକୁ ଏକ ଉତ୍ତମ ଉପାୟରେ ଅଙ୍ଗକୁ ବିତରଣ କରାଯାଇପାରିବ ।

ତାଳି ମାରିବା ପୂର୍ବରୁ କଣ କରିବ ଉଚିତ :
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ clapping terapy ପାଇଁ ପ୍ରତିଦିନ ସକାଳ କିମ୍ବା ରାତିରେ ଶୋଇବା ପୂର୍ବରୁ ପାପୁଲିରେ ନଡ଼ିଆ ତେଲ , ସୋରିଷ ତେଲ କିମ୍ବା ଉଭୟ ତେଲର ମିଶ୍ରଣ ଲଗାଇ ଭଲ ଭାବେ ଲଗାନ୍ତୁ । ଏହାପରେ ପାପୁଲି ଏବଂ ଆଙ୍ଗୁଠି ପରସ୍ପର ମଧ୍ୟରେ ହାଲୁକା ଚାପ ଦିଅନ୍ତୁ ଏବଂ କିଛି ସମୟ ପାଇଁ ତାଳି ମା-ର ।

ତାଳି ମାରିବାର ଜବରଦସ୍ତ ଫାଇଦା :
ତାଳି ମାରିବା ଦ୍ଵାରା କୋଲେଷ୍ଟ୍ରଲ କମ ହୋଇଥାଏ ।

-ତାଳି ମାରିବା ଦ୍ୱାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

-ନିମ୍ନ ରକ୍ତଚାପ ଥିବା ଲୋକଙ୍କ ପାଇଁ ଏହା ଏକ କାର୍ଯ୍ୟକ୍ଷମ ଚିକିତ୍ସା ଅଟେ ।

-ହୃଦ ରୋଗ, ମଧୁମେହ, ଆସ୍ଥମା , ଆର୍ଥ୍ରାଇଟିସ ଇତ୍ୟାଦିରୁ ମୁକ୍ତି ମିଳିବ ।

-ଆଖି ଏବଂ କେଶ ଝଡିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରେ ।

-ଏହା ମୁଣ୍ଡବିନ୍ଧା ଏବଂ ଥଣ୍ଡାରୁ ମଧ୍ୟ ମୁକ୍ତି ଦେଇଥାଏ

-ତାଳି ମାରିବାର ଚାପ ଏବଂ ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ ।

-ଯଦି ଆପଣ ହଜମ ସମସ୍ୟା ସହିତ ସଂଘର୍ଷ କରୁଛନ୍ତି, ତେବେ ତାଳି ମାରିବା ଚିକିତ୍ସା ନିଅନ୍ତୁ ।

-ଏହା ବେକ ଯନ୍ତ୍ରଣାରୁ ଆରମ୍ଭ କରି ପିଠି ଏବଂ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ ।

Leave a comment

You cannot copy content of this page