ଖଟ୍ଟର ସରକାରଙ୍କ ବିରୋଧରେ କାଟ୍ ଖାଇଲା କଂଗ୍ରେସର ଅବିଶ୍ୱାସ ପ୍ରସ୍ତାବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସରକାର ବୁଧବାର ବିଧାନସଭାରେ ହୋଇଥିବା ଆସ୍ଥା ଭୋଟରେ ଜିତି ଛନ୍ତି। ବିରୋଧି କଂଗ୍ରେସ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ସପକ୍ଷରେ ୩୨ଟି ଭୋଟ ପଡିଥିବା ବେଳେ ପ୍ରସ୍ତାବ ବିରୋଧରେ ୫୫ଟି ଭୋଟ ମିଳିଛି।
ବିଧାନସଭାରେ କଂଗ୍ରେସର ନୋ କନଫିଡେନ୍ସ ଭୋଟିଂ ଫଳାଫଳ ଘୋଷଣାପରେ ଖଟ୍ଟର ମୁହଁ ଖୋଲିଛନ୍ତି। ଗୃହରେ ପ୍ରସ୍ତାବ ଆଗତ କରିଥିବାରୁ ସେ କଂଗ୍ରେସକୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଦଳର ମୃଗ ତୃଷ୍ଣା କେବେବି ପୂରଣ ହେବନି ବୋଲି କହିଛନ୍ତି। ସେହିପରି ନୋ କନଫିଡେନ୍ସ କଂଗ୍ରେସର ପରମ୍ପରା ବୋଲି ସେ କହିଛନ୍ତି।
ଯେତେବେଳେ କଂଗ୍ରେସ ନିର୍ବାଚନରେ ହାରି ଯାଏ ସେତେବେଳେ ଇଭିଏମ ଉପରେ ବିଶ୍ୱାସ କରିପାରେନି। ସର୍ଜିକାଲ ଷ୍ଟ୍ରାଇକ୍ର ପ୍ରମାଣ ମାଗିବା ଆଦି ଦଳର ନିଜ ପ୍ରତି ଅନାସ୍ଥା ଭାବର ଏକଏକ ଉଦାହରଣ ବୋଲି ଖଟ୍ଟର କହିଛନ୍ତି। ଯଦି କ୍ଷମତାରେ କଂଗ୍ରେସ ଅଛି ତେବେ ସବୁ ଠିକ୍ ଅଛି ଯଦି ବିଜେପିର ସରକାର ସବୁ ଭୁଲ ହେଉଛି ବୋଲି କଂଗ୍ରେସର ଧାରଣା ବୋଲି ଖଟ୍ଟର କହିଛନ୍ତି।