ଖୋଲିବ ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟର ପେଡି, ୪ ଜଣଙ୍କୁ ଅଟକ ରଖି ଚାଲିଛି ମାରାଥନ ଜେରା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟର ଜିରୋ ପଏଣ୍ଟରେ ପହଁଚି ସାରିଛି କମିଶନରେଟ ପୋଲିସ । କେବଳ ଖୁଲାସାକୁ ଅପେକ୍ଷା। ଏହି ମାମଲାକୁ କମିସନରେଟ ପୋଲିସର ଇନଫୋସିଟି, ତମାଣ୍ଡୋ ଥାନା ପୋଲିସ ତଦନ୍ତ କରୁଥିବା ବେଳେ ସ୍ପେଶାଲ ସ୍କ୍ବାର୍ଡ ଏହି ମାମଲାକୁ ମନିଟରିଙ୍ଗ କରୁଛି । ପୋଲିସ ହାତରେ ଏହି ମାମଲାର ଅନେକ ସୁରାଗ ଲାଗି ସାରିଲାଣି । ଏହା ଏକ ହତ୍ୟାକାଣ୍ଡ ବୋଲି ବୋଲି ସୂଚନା ମିଳୁଛି । ସେଦିନ ମନୀଷଙ୍କ ସହିତ ହୋଟେଲରେ ଦେଖାଯାଇଥିବା ଚାରିଜଣଙ୍କୁ ପୋଲିସ ପଚରା ଉଚୁରା ଆପାତତଃ ଶେଷ କରିଛି । ଏହି ଚାରି ଜଣଙ୍କଠାରୁ ଅନେକ କିଛି ତଥ୍ୟ ପାଇଛି ତଦନ୍ତକାରୀ ଦଳ । ଯେଉଁଥିରେ ମନିଷଙ୍କର କେମିତି ମୃତ୍ୟୁ ହେଲା ପୋଲିସ ଖୁବଶୀଘ୍ର ଖୁଲାସା କରିପାରେ।

ମନୀଷ ସେଦିନ ରାତି କଟାଇଥିବା ସାଉଥ ସିଟି ହୋଟେଲର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଏହି ଭିଡିଓକୁ । କିଭଳି ଏହି ହୋଟେଲ ଭିତରେ ଚାଲିଥିବା ନାଇଟ୍ ପାର୍ଟିରେ ଯୁବକ ଯୁବତୀମାନେ ନିଶାସକ୍ତ ଅବସ୍ଥାରେ ନାଚ ଗୀତରେ ମାତିଛନ୍ତି । ଆଉ ନାଚୁଥିବା ଯୁବତୀ ମାନଙ୍କ ଉପରକୁ ଟଙ୍କା ଉଡାଉଛନ୍ତି କିଛି ଯୁବକ । ଗତ ଅଗଷ୍ଟ ମାସରେ ସାଉଥ ସିଟି ହୋଟେଲରେ ଚାଲିଥିବା ପାର୍ଟିରେ ଦୃଶ୍ୟ ଭାଇରାଲ ହୋଇଛି। ଏବେ ରହସ୍ୟଜନକ ମୃତ୍ୟୁ ପରେ ପୋଲିସ ହୋଟେଲକୁ ସିଲ କରିଛି। କିନ୍ତୁ ପୂର୍ବରୁ କାହିଁକି ଏହି ହୋଟେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Leave a comment