ୟୁଟ୍ୟୁବ୍‌ରେ ମଣିକର୍ଣ୍ଣିକା-ଦି କୁଇନ ଅଫ ଝାନ୍ସୀ’ର ଜଲ୍‌ବା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ ମିଡ଼ିଆରେ ସେନ୍‌ସେସନ ପାଲଟିଛି ବଲିଉଡ୍‌ କୁଇନ୍‌ କଙ୍ଗନା ରାନାଓ୍ବତ୍‌ଙ୍କ ଅଭିନୀତ ମଣିକର୍ଣ୍ଣିକାର ଟ୍ରେଲର । ଐତିହାସିକ କଥାବସ୍ତୁ ଉପରେ ଆଧାରିତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା-ଦି କୁଇନ ଅଫ ଝାନ୍ସୀ’ର ଅଫିସିଆଲ ଟ୍ରେଲର ରିଲିଜ ହୋଇଥିବା ବେଳେ ଏହା ଏବେ ସୋସିଆଲ ମିଡ଼ିଆରେ ସନସନି ଖେଳାଇଦେଇଛି । ୟୁଟୁବ ଟ୍ରେଣ୍ଡରେ ପ୍ରଥମ ସ୍ଥାନରେ ରହିଛି ମଣିକର୍ଣ୍ଣିକାର ଅଫିସିଆଲ ଟ୍ରେଲର ।

ଗତ ୧୮ ତାରିଖରେ ରିଲିଜ ହୋଇଥିବା ଏହି ଟ୍ରେଲରକୁ ବର୍ତ୍ତମାନ ସୁଦ୍ଧା ୧୨,୫୮୮,୪୪୪ ଜଣ ଦର୍ଶକ ଦେଖି ସାରିଲେଣି । ଏହି ଫିଲ୍ମର ୭୦ ଭାଗ ନିର୍ଦ୍ଦେଶନା ଦେଇଛନ୍ତି କଙ୍ଗନା ନିଜେ । ସେ ନିଜେ ମଧ୍ୟ ଏହି ଫିଲ୍ମରେ ଝାନ୍ସୀ ରାଣୀ ଲକ୍ଷ୍ମୀବାଈ ଭୂମିକାରେ ଅଭିନୟ କରିଛନ୍ତି ।
ଇଂରେଜ ଶାସନ ବିରୋଧରେ ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଲଢ଼େଇ ଉପରେ ଫିଲ୍ମଟି ଆଧାରିତ । ଫିଲ୍ମର ଟ୍ରେଲରରେ ଭରପୁର ଆକ୍ସନ ଥିବା ବେଳେ କଙ୍ଗନାଙ୍କ ଜବରଦସ୍ତ ଆକ୍ଟିଂ ତାଙ୍କ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ଆସୁଛି । ୧୨୫ କୋଟି ଟଙ୍କା ବଜେଟ୍‌ରେ ର୍ନିମିତ ଏହି ଫିଲ୍ମଟି ଆସନ୍ତା ଜାନୁଆରୀ ୨୫ରେ ରିଲିଜ ହେବ । ଫିଲ୍ମର ଟ୍ରେଲର ଯେଉଁଭଳି ଭାବେ ହଇଚଇ ସୃଷ୍ଟି କରି ସେହିଭଳି ଫିଲ୍ମ ମଧ୍ୟ ବକସ ଅଫିସ୍‌ରେ ସବୁ ରେକର୍ଡ଼ ବ୍ରେକ୍‌ କରିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି ।

Leave a comment