ତ୍ରିପୁରାର ପରବର୍ତ୍ତି ନୂଆ ମୁଖ୍ୟମନ୍ତ୍ରୀ ହେବେ ମାନିକ ଶାହା

0

ଅଗତତାଲା: ତ୍ରିପୁରା ରାଜ୍ୟ ବିଜେପି ସଭାପତି ମାନିକ ଶାହା ହେବେ ତ୍ରିପୁରାର ପରବର୍ତ୍ତି ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ମାନିକ ଶାହା ନିର୍ବାଚିତ ନିର୍ବାଚିତ ହୋଇଛନ୍ତି। ବିଧାୟକ ଦଳର ନେତା ଭାବେ ମାଣିକ ଶାହା ନିର୍ବାଚିତ ହୋଇଛନ୍ତି ଏବଂ ସେ ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଖୁବ ଶୀଘ୍ର ଶପଥ ଗ୍ରହଣ କରିବେ। ତେବେ ମାନିକ ଶାହା ଖୁବ ଶୀଘ୍ର ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ତଥା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂପେନ୍ଦ୍ର ଯାଦବଙ୍କ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବିପ୍ଲବ କୁମାର ଦେବ ଗତ ଶୁକ୍ରବାର ଦିଲ୍ଲୀ ଆସି ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହାଙ୍କୁ ସାକ୍ଷାତ କରିଥିଲେ । ଆଜି ସେ ଦିଲ୍ଲୀରୁ ଫେରିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ କୁହାଯାଇଥିବା ଅନୁମାନ କରାଯାଉଛି। ଅପରପକ୍ଷରେ ବିପ୍ଲବ କୁମାର ଦେବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଏବେ ସେ ତ୍ରିପୁରା ରାଜ୍ୟ ବିଜେପିର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗକୁ ତ୍ରିପୁରାରେ ନିର୍ବାଚନ ହେବାକୁ ଥିବାରୁ ବିଜେପି ପକ୍ଷରୁ ଏଭଳି ରାଜନୀତି ଗୋଟିଚାଳନା କରୁଥିବା କୁହାଯାଉଛି।

Leave a comment