ଶପଥ ନେଲେ ମାଣିକ ଶାହା

0

manik-01ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାଣିକ ଶାହା । ରାଜଭବନରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ରାୟ ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି । ତ୍ରିପୁରାରେ ଦଳ ମଧ୍ୟରେ ଶୃଙ୍ଖଳା ଓ ବିରୋଧୀଙ୍କୁ ଜବାବ ଦେବାକୁ ବିଜେପି ଏପରି ଏକ ପଦକ୍ଷେପ ନେଇଥିବା କୁହାଯାଉଛି ।

ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ କୁମାର ଇସ୍ତଫା ଦେବା ପରେ ମାତ୍ର କିଛି ଘଣ୍ଟା ମଧ୍ୟରେ ଦଳ ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ଅତୀତରେ ବିଜେପି ଏପରି ପଦକ୍ଷେପ ଅନେକଥର ନେଇଥିବା ଦେଖିବରାକୁ ମିଳିଛି । ଗୁଜୁରାଟ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ବିଜେପି ବାରମ୍ବାର ମୁଖ୍ୟମନ୍ତ୍ରୀ ବଦଳାଇଥିବା ଦେଖିବାକୁ ମିଳିଛି ।

Leave a comment