ପଞ୍ଚାୟତ ସ୍ତରରୁ ବ୍ୟାପକ ଅର୍ଥ ଲୁଟ୍ କରୁଥିବା ବିଜେଡ଼ିକୁ ଜଗିବ ବିଜେପି: ସମୀର ମହାନ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜାରିହେଲା ନିର୍ବାଚନୀ ଇସ୍ତାହାର । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଅନ୍ୟ ବରିଷ୍ଠ ନେତୃବନ୍ଦଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଉନ୍ମୋଚିତ ହୋଇଛି ।

ଏହି ଇସ୍ତାହାର ଅନୁଯାୟୀ:

* ବିକାଶ ନାଁରେ ଠିକଦାର ସାଜି ବିଜେଡି ଦ୍ୱାରା କରାଯାଉଥିବା ଅର୍ଥଲୁଟକୁ ଏଣିକି ପ୍ରଶୟ ଦେବନି ବିଜେପି ।
* ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦିଆଯିବ ।
* ରାଜ୍ୟରେ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯିବ ।
* ଷ୍ଟ୍ରିଟ୍ ଲାଇଟ୍, ବର୍ଜ୍ୟ ବସ୍ତୁ ପରିଚାଳନ ଉପରେ ବିଜେପି ଜୋର ଦେବ ।
* ମନେରଗାରେ ମେସିନ ନୁହେଁ ଶ୍ରମିକମାନେ କାମ କରିବେ ଓ ନିର୍ଦ୍ଧାରିତ ମଜୁରୀ ମିଳୁଛି କି ନାହିଁ ତାହା ବିଜେପି ସୁନିଶ୍ଚିତ କରିବ ।
* ରାଜ୍ୟରେ ନିୟମ ଉଲ୍ଲଂଘନ ସହ ଖୋଲୁଥିବା ଶହ ଶହ ମଦ ଦୋକାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
* କେନ୍ଦ୍ର ପଠାଉଥିବା ଟଙ୍କା ତୃଣମୂଳ ସ୍ତରରେ ସଠିକ୍ ଭାବେ ବିନିଯୋଗ ହେଉଛି କି ନାହିଁ, ତାହା ବିଜେପି ଜଗିବ ।
* ବିଜେଡି ନେତା ପଞ୍ଚାୟତ ସ୍ତରରୁ ବ୍ୟାପକ ଅର୍ଥ ଲୁଟ୍ କରୁଛନ୍ତି ଏହାକୁ ଜଗିବ ବିଜେପି ।
* ପଞ୍ଚାୟତ ବ୍ଲକରୁ ପିସି ରାଜରେ ପୂର୍ଣ୍ଣଚ୍ଛେଦ ପଡିବ ।
* ପ୍ରତି ଗାଁରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାକୁ ନିଶ୍ଚିିତ କରିବା ସହ ପ୍ରତି ଘରକୁ ବିଜୁଳି ଓ ରନ୍ଧନ ଗ୍ୟାସ ସଂଯୋଗ ନିଶ୍ଚିତ କରିବ ବିଜେପି।

Leave a comment