ଘରେ ପ୍ରସ୍ତୁତ କରନ୍ତୁ କଞ୍ଚାଆମ୍ବ ତରକାରୀ

0

ଓଡ଼ିଶାଫାଷ୍ଟ(ବ୍ୟୁରୋ): ସାମଗ୍ରୀ

କଞ୍ଚାଆମ୍ବ- ୧କପ୍‌ (ଖଣ୍ଡ ଖଣ୍ଡ ହୋଇ କଟା ହୋଇଥିବ)
ଗୁଡ଼- ଅଧା କପ୍‌
ଜିରା- ଅଧା ଚାମଚ
ଶୁଖିଲା ଲଙ୍କା-୨ଟା
ଭୃସଙ୍ଗ ପତ୍ର-୧୦ଟା
ନଡ଼ିଆ କୋରା- ଅଧା କପ୍‌
ଧନିଆ ପତ୍ର-ଅଧା ଚାମଚ
ହେଙ୍ଗୁ-ସ୍ବାଦ ଅନୁସାରେ
ଲୁଣ- ସ୍ବାଦ ଅନୁସାରେ
ପ୍ରଣାଳୀ-ପ୍ରଥମେ ଏକ କଢ଼େଇରେ ଅଳ୍ପ ପାଣି ନେଇ ଗ୍ୟାସରେ ଗରମ କରନ୍ତୁ। ଏଥିରେ ଆମ୍ବ ପକାଇ ସିଝିବା ପର୍ଯ୍ୟନ୍ତ ଫୁଟାନ୍ତୁ। ଆମ୍ବ ସିଝିବା ସମୟରେ ଏକ ବାଉଲରେ ପାଣି ନେଇ ଗୁଡ଼ ଭିଜାଇ ଦିଅନ୍ତୁ। ଗୁଡ଼ ଭିଜି ଯିବା ପରେ ହାତରେ ଗୋଳାଇ ପାଣି ଓ ଗୁଡର ପେଷ୍ଟ ପ୍ରସ୍ତୁତ କରନ୍ତୁ। ତା’ପରେ ପାଣି ଛାଣି ଦେଇ ଏକ ପାତ୍ରରେ ରଖନ୍ତୁ। ଏବେ ଆମ୍ବ ସିଝାକୁ ଗ୍ୟାସ୍‌କୁ କାଢ଼ି ଦେଇ ମିକ୍ସରରେ ମିକ୍ସ କରିଦିଅନ୍ତୁ। ତା’ପରେ କଢ଼େଇରେ ତେଲ ପକାଇ ଶୁଖିଲା ଲଙ୍କାକୁ ହାଲକା ଫ୍ରାୟ କରି ଦିଅନ୍ତୁ। ଫ୍ରାୟ ହୋଇଥିବା ଲଙ୍କା ଓ ନଡ଼ିଆ କୋରାକୁ ଆମ୍ବ ସହ ମିକ୍ସରରେ ପକାଇ ଆଉଥରେ ମିକ୍ସ କରନ୍ତୁ। ଏବେ ଏକ ପ୍ୟାନ୍‌ ନେଇ ଗ୍ୟାସ୍‌ରେ ବସାନ୍ତୁ। ସେଥିରେ ଅଳ୍ପ ତେଲ ପକାନ୍ତୁ। ତେଲ ଗରମ ହେବା ପରେ ସେଥିରେ ଭୃସଙ୍ଗ ପତ୍ର ପକାନ୍ତୁ ଏବଂ ଗୁଡ଼ ପାଣି ପକାଇ ଫୁଟାଇ ଦିଅନ୍ତୁ। ଏହାପରେ ସେଥିରେ ଆମ୍ବ ପେଷ୍ଟ ପକାଇ ଗୋଳାନ୍ତୁ। ପୁଣି ସେଥିରେ ୧କପ୍‌ ପାଣି ଦେଇ ଅଳ୍ପ ଲୁଣ ପକାଇ ଗୋଳାନ୍ତୁ। ଏବେ ଏହା ଉପରେ କଟା ଧନିଆ ପତ୍ର ପକାନ୍ତୁ। ଏବେ ଆପଣଙ୍କ ଆମ୍ବ ତରକାରୀ ପ୍ରସ୍ତୁତ ହୋଇଗଲା। ଏହାକୁ ଭାତ କିମ୍ବା ରୁଟି ସହ ଗରମ ଗରମ ଖାଇପାରିବେ।

Leave a comment