ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ବ୍ୟାଙ୍କ ମ୍ୟାନେଜରଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ୧୦ ଭାରି ସୁନାଗହଣା ୫୦ ତୋଳା ରୂପା ଗହଣା ଓ ନଗଦ ୩୦ ହଜାର ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।
ଉଲ୍ଲେଖଯୋଗ୍ୟ ଯେ, କୋକସରା ଥାନା ଟେମରା ହଂସପଡା ଗାଁର ନରେନ୍ଦ୍ର ନାଏକଙ୍କ ଘରେ ବିଳମ୍ବିତ ରାତିରେ ଘର ପଛପଟେ ଥିବା ଝରକା ଗ୍ରୀଲ୍ ଭାଙ୍ଗି ଶୋଇବା କୋଠରୀରେ ପଶିଥିଲେ । ଘରେ ଥିବା ୨ ଗୋଟି ଗଡ଼ରେଜ ଭାଙ୍ଗି ୧୦ଭରି ସୁନାଗହଣା, ୫୦ଭରି ରୂପା ଗହଣା ସହ ନଗଦ ୩୦ହଜାର ଟଙ୍କା ଲୁଟ୍ କରିଥିବା ନେଇ ଅଭିଯୋଗ ହୋଇଛି । ତେବେ ଗୁରୁବାର ରାତିରେ ଶୋଇବା କୋଠରୀରେ କେହି ଶୋଇ ନଥିବା କହିଛନ୍ତି ଘର ମାଲିକ । ଘଟଣାସ୍ଥଳରେ କୋକସରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a comment