ସଂସଦରେ ମାନସ ମଙ୍ଗରାଜଙ୍କ ଦାବି: ରାଜ୍ୟରେ ହଜାରେ ମୋବାଇଲ ଟାୱାର ବସାଅ

0

ରାଜ୍ୟରେ ମୋବାଇଲ ନେଟଓ୍ବାର୍କର କନେକ୍ଟିଭିଟି ବୃଦ୍ଧି ପାଇଁ ସଂସଦରେ ଦାବି କଲେ ରାଜ୍ୟସଭାରେ ସାଂସଦ ମାନସ ମଙ୍ଗରାଜ । ତେବେ ୨୦୨୧ ମାର୍ଚ୍ଚ ସୁଦ୍ଧା ୬୨୭୮ଟି ଗାଁରେ ଏଯାବତ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ ନାହିଁ । ଯାହା ଫଳରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ସେହି ଅଂଚଳରେ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ କରିବା ପାଇଁ ଏକ ହଜାର ମୋବାଇଲ ଟାଓ୍ବାରର ଆବଶ୍ୟକତା ରହିଛି ।

ଏଭଳି କ୍ଷେତ୍ରରେ ମୋବାଇଲ ନେଟଓ୍ବାର୍କ ଉପଲବ୍ଧ କରାଇବାର ଆବଶ୍ୟକତା ରହିଛି । ଦେଶର ଅନ୍ୟ ରାଜ୍ୟଠାରୁ ଓଡ଼ିଶାର ଅଧିକ ଅଞ୍ଚଳରେ ଏବେବି ମୋବାଇଲ ଟାଓ୍ବାର ଉପଲବଧ ନାହିଁ । ତେଣୁ କେନ୍ଦ୍ର ସରକାର ଏହାକୁ ଗୁରୁତର ସହ ନେବା ସହ ମୋବାଇଲ ଟାଓ୍ବାର ଉପଲବ୍ଧ କରାନ୍ତୁ ବୋଲି ମାନସ ମଙ୍ଗରାଜ ଦାବି କରିଛନ୍ତି ।

Leave a comment