ଦୈନିକ ୨୦ଲକ୍ଷ ଶ୍ରମିକ ନିୟୋଜିତ ପାଇଁ ଲକ୍ଷ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାରେ ୨୦କୋଟି କାର୍ଯ୍ୟଦିବସ ଯୋଗାଇ ଦେବାପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ବର୍ତ୍ତମାନ ସୁଦ୍ଧା ୨କୋଟି ୩୯ଲକ୍ଷ କାର୍ଯ୍ୟଦିବସ ସୃଷ୍ଟି ହୋଇଥିବା ଜଣାଯାଇଛି ।

ଏମ୍‍ଜିଏନ୍‍ଆରଇଜିଏସ୍‍ ଅଗ୍ରଗତି ସଂକ୍ରାନ୍ତରେ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା କରିଥିବା ସମୀକ୍ଷାରୁ ଏହି
ସୂଚନା ମିଳିଛି । କରୋନା ସମୟରେ ଦୈନିକ ୨୦ଲକ୍ଷ ଶ୍ରମିକ ନିୟୋଜିତ ପାଇଁ ସରକାର ଲକ୍ଷ୍ୟ ରଖିଥିବାବେଳେ ଏହା
ଯେଭଳି ଠିକଣା ଭାବେ କାର୍ଯ୍ୟକାରୀ ହେବ ସେଥିପାଇଁପାଇଁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଲକ୍ଷ୍ୟର
୮୧ ପ୍ରତିଶତ ଅର୍ଥାତ ଦୈନିକ ୧୬ଲକ୍ଷ ୧୪ହଜାର ଶ୍ରମିକ ଏହି ଯୋଜନାରେ କାର୍ଯ୍ୟ କରିଥିବା ଜଣାଯାଇଛି । ରାଜ୍ୟର ଚାରି ଜିଲ୍ଲା କଳାହାଣ୍ଡି, ବଲାଙ୍ଗିର, ବରଗଡ ଓ ନୂଆପଡା ଜିଲ୍ଲାର ୨୦ଟି ବ୍ଲକ ଉପରେ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏହିସବୁ ଜିଲ୍ଲାରେ ଶ୍ରମିକମାନଙ୍କୁ ଅତରିକ୍ତ ଭାବେ ୯୧ଟଙ୍କା ଅଧିକ ମଜୁରୀ ପ୍ରଦାନ କରାଯାଉଛି । ଫଳରେ ଦୈନିକ ମୂଳ ମଜୁରୀ ୨୦୭ ଟଙ୍କା ସହିତ ୯୧ ଟଙ୍କା ମିଶାଇ ସେମାନେ ୨୯୮ଟଙ୍କା କରି ପାଉଛନ୍ତି । ଏହି ଚାରିଟି ଜିଲ୍ଲାରେ ଚଳିତମାସ ୪ ତାରିଖ ସୁଦ୍ଧା ଏକ ଲକ୍ଷ ୭୮ହଜାର ଶ୍ରମିକ ନିୟୋଜିତ ହୋଇଥିବାବେଳେ ୨୧ଲକ୍ଷ ୯୪ହଜାର କାର୍ଯ୍ୟଦିବସ ସୃଷ୍ଟି ହୋଇପାରିଛି । ଏମ୍‍ଜିଏନ୍‍ଆରଇଜିଏସ୍‍ ଯୋଜନାରେ ରାଜ୍ୟରେ ଏକ ଲକ୍ଷ ପୋଖରୀ ଖୋଳିବାପାଇଁ ଲକ୍ଷ୍ୟ ରଖାଯାଇଛି ।

ଏଥି ସହିତ ଉଦ୍ୟାନ ବିଭାଗ ମାଧ୍ୟମରେ ୨୩,୧୩୪ ହେକ୍ଟର ଜମିରେ ବୃକ୍ଷରୋପଣ, ୮୦୦୦ ବିଦ୍ୟାଳୟରେ ବୃକ୍ଷରୋପଣ, ୧.୭୫ କୂପ ଖନନ ସହିତ ୨୦୪୯ଟି ଅଙ୍ଗନବାଡି କୋଠା ନିର୍ମାଣ କରାଯିବ । ଏହିସବୁ କାର୍ଯ୍ୟ ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ଏମ୍‍ଜିଏନ୍‍ଆରଇଜିଏସ୍‍ରେ ୬୮୯କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟକୁ ୧୧୩୯କୋଟି, ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗକୁ ୧୪୬କୋଟି ୨୬ଲକ୍ଷ, ଜଳସମ୍ପଦ ବିଭାଗକୁ ୧୦୨କୋଟି ୯୪ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବାବେଳେ ରେଶମ ଚାଷ ପାଇଁ ୨୬କୋଟି ୯୭ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଇତି ମଧ୍ୟରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟରେ ସର୍ବାଧିକ ୫୨,୪୬୫ ଜଣ ଶ୍ରମିକ ନିୟୋଜିତ ହୋଇଥିବାବେଳେ ଜଙ୍ଗଲ ଓ ପରିବେଶ ବିଭାଗରେ ୨୬,୫୫୦ ଓ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ୧୮,୮୩୯ ଜଣ ଶ୍ରମିକ ନିୟୋଜିତ ହୋଇଛନ୍ତି । ଓଡିଶାକୁ ଫେରୁଥିବା ସମସ୍ତ ପ୍ରବାସୀଙ୍କୁ ତୁରନ୍ତ ଶ୍ରମିକ କାର୍ଡ ଯୋଗାଇ ଦେବାପାଇଁ ଜିଲ୍ଲା

ପ୍ରଶାସନଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତିଗ୍ରାମରେ ଅତି କମ୍‍ରେ ଦୁଇଟି ଗୋଷ୍ଠି କାର୍ଯ୍ୟ କରିବାପାଇଁ କୁହାଯାଇଛି । ଶ୍ରମିକମାନେ ଯେଭଳି କାର୍ଯ୍ୟପାଇଁ ଆଗେଇ ଆସିବେ ସେଥିପାଇଁ ବିଭିନ୍ନ ଶ୍ରମିକ ସଂଘ, ବେସରକାରୀ ସଂସ୍ଥା ଓ ଏସ୍‍ଏଚ୍‍ଜିମାନଙ୍କୁ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ଅଧିକରୁ ଅଧିକ ଶ୍ରମିକ ନିୟୋଜିତ ପାଇଁ କୁହାଯାଇଥିବାବେଳେ କନ୍ଦେୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠିରୁ ଅତିରିକ୍ତ ୯୧ଟଙ୍କା ଦେଇ ଶ୍ରମିକଙ୍କୁ ମୋଟ୍‍ ୨୯୮ଟଙ୍କା ମଜୁରୀ ଦେବାପାଇଁ କୁହାଯାଇଛି । ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ.ସିଂହ, ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Leave a comment