ସଚିବାଳୟ ଭିତରେ କେଜ୍ରିୱାଲଙ୍କୁ ଲଙ୍କାଗୁଣ୍ଡ ମାଡ଼

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ପୁଣିଥରେ ଆକ୍ରମଣ ହୋଇଛି । ସଚିବାଳୟରେ ପଶି ଅନୀଲ କୁମାର ଶର୍ମା ନାମକ ଜଣେ ବ୍ୟକ୍ତି କେଜ୍ରିୱାଲଙ୍କ ଉପରକୁ ଲଙ୍କା ଗୁଣ୍ଡ ମାଡ଼ କରିଛନ୍ତି । କେଜ୍ରିୱାଲ ତୃତୀୟ ମହଲାରେ ଥିବା ନିଜ ଚ୍ୟାମ୍ବରରୁ ଲଞ୍ଚ ପାଇଁ ଯିବା ସମୟରେ ଅନିଲ ତାଙ୍କୁ ଅଟକାଇଥିଲେ । ଏଥିସହ ସିଗାରେଟ୍‌ ଖୋଳରେ ଆଣିଥିବା ଲଙ୍କା ଗୁଣ୍ଡକୁ କେଜ୍ରିୱାଲଙ୍କ ଉପରକୁ ଫୋପାଡ଼ି ଥିଲେ । ଏହାପରେ ସୃଷ୍ଟି ହୋଇଥିବା ଧସ୍ତାଧସ୍ତିରେ କେଜ୍ରିୱାଲଙ୍କ ଚଷମା ଭାଙ୍ଗି ଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୀଲ କୁମାରଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି । ଅନୀଲ କୁମାରଙ୍କ ବୟସ ପାଖାପାଖି ୪୦ ହେବ । ସେ ଦିଲ୍ଲୀର ନାରାୟଣ ନଗରରେ ରୁହନ୍ତି ।

ଏହି ଘଟଣା ପରେ ଆପ୍‌ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଡ଼କାଯାଇ ଏହା ପଛରେ ରାଜନୈତିକ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ କରାଯାଇଛି । ଏଥିସହ ଦିଲ୍ଲୀ ପୋଲିସରର ଅବହେଳା ପାଇଁ ଏଭଳି ଘଟିଥିବା ଦଳ ପକ୍ଷରୁ କୁହାଯାଇଛି ।

Leave a comment