ନିର୍ବାଚନୀ ପ୍ରଚାର ସମୟରେ ଆହତ ହେଲେ ମମତା ବାନାର୍ଜୀ, ଆକ୍ରମଣ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ନିର୍ବାଚନୀ ପ୍ରଚାର ସମୟରେ ଆହତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କୁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୂର୍ବରୁ ଆଲର୍ଟରେ ଥିବା ହସ୍ପିଟାଲର ୬ ଡାକ୍ତର ମୁଖ୍ୟମନ୍ତ୍ରୀଙ୍କ ଚିକିତ୍ସାରେ ଲାଗିଛନ୍ତି । ଅନ୍ୟପଟେ ପୂରା ମାମଲାରେ ରିପୋର୍ଟ ମାଗିଛନ୍ତି ନିର୍ବାଚନ ଆୟୋଗ(ଇସି)।
ସୂଚନାଯୋଗ୍ୟ, ମମତା ନନ୍ଦିଗ୍ରାମର ରିୟାପାରା ଅଞ୍ଚଳରେ ଥିବା ଏକ ମନ୍ଦିର ବାହାରେ ଛିଡ଼ା ହୋଇଥିଲେ। ସେତେବେଳେ ତାଙ୍କ ସହ ଏହି ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀ ଅଭିଯୋଗ ଆଣିଛନ୍ତି, ତାଙ୍କୁ ଧକ୍କା ଦେଇ ତଳେ ପକାଯାଇଛି। ଯେଉଁଥିପାଇଁ ତାଙ୍କ ପାଦରେ ଆଘାତ ଲାଗିଛି। ଏହା ସହ ମୁଣ୍ଡ ଏବଂ ହାତରେ ଆଘାତ ଲାଗିଛି ବୋଲି କହିଥି​‌ଲେ ମମତା ବାନାର୍ଜୀ।

ନନ୍ଦିଗ୍ରାମ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ଅଭିଯୋଗ ହେବା ପରେ ନିର୍ବାଚନ ଆୟୋଗ ରାଜ୍ୟ ପୋଲିସକୁ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି। ତେବେ ଘଟଣା ସମୟରେ ସ୍ଥାନୀୟ ପୋଲିସ ନଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଥିଲେ ମମତା। ନନ୍ଦିଗ୍ରାମ ବିଧାନସଭା ସିଟ୍‌ରୁ ଲଢ଼ିବାକୁ ଯାଉଥିବା ମମତା ବାନାର୍ଜୀ ଅଭିଯୋଗ ଆଣିଛନ୍ତି ଯେ, ତାଙ୍କୁ ଆକ୍ରମଣ କରାଯାଇଛି।

Leave a comment