ମମିତା ମେହେର ମୃତ୍ୟୁ ମାମଲା : ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ତଦନ୍ତକାରୀ ଟିମ୍
ମମିତା ମେହେର ମୃତ୍ୟୁ ମାମଲାରେ ହାଇକୋର୍ଟରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କଲା ତଦନ୍ତକାରୀ ଟିମ୍ । ବନ୍ଦ ଲଫାପାରେ ହାଇକୋର୍ଟରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ମମିତାଙ୍କ ବାପା ଏବଂ ଭାଇ ଦାୟର କରିଥିବା ମାମଲାରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି।
ସେହିପରି ଏହି ଘଟଣାରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଇଣ୍ଟରଭେନସନ ପିଟିସନ ଦାଖଲ କରାଯାଇଛି। ଆସନ୍ତା ଜାନୁଆରୀ ୨୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।