ମମିତା ମେହେର ହତ୍ୟା ଘଟଣା, ବିନିକାରେ ଅଖ-ଚକ ସବୁ ବନ୍ଦ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଳାହାଣ୍ଡି ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା । ବିନିକା ଠାରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି l ଯାହା ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି l

ତେବେ ଆଜିର ଏହି ବନ୍ଦ ପାଳନ ସମୟରେ କେବଳ ଜରୁରୀ କାଳୀନ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଆଉ ସମସ୍ତ ଦୋକାନ ବଜାର,ବ୍ୟାଙ୍କ, ଶିକ୍ଷାନୁଷ୍ଠାନ ବନ୍ଦ ରହିଛି l ଅଖ ଚକ ସବୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି l ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବି କରିଛି ବିଜେପି । ଏଥିସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ବିଜେପି କର୍ମୀ l ଏହି ୧୨ ଘଣ୍ଟିଆ ବନ୍ଦକୁ କେଶରୀୟା ହିନ୍ଦୁ ବାହୀନି ମଧ୍ୟ ପୂର୍ଣ୍ଣ ସମର୍ଥନ କରିଛି l

Leave a comment