ନିଆରା ଢ଼ଙ୍ଗରେ ପାଳିଲେ ମାଆଙ୍କ ଦଶାହ କାର୍ଯ୍ୟ : ଅସହାୟଙ୍କୁ ବାଣ୍ଟିଲେ ବସ୍ତ୍ର ଓ ଖାଦ୍ୟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ସରକାର ଅନେକ ନିୟମ ପ୍ରଣୟନ କରିଛନ୍ତି। ଯାହାଫଳରେ ବାହାଘର , ବ୍ରତଘର , ଦଶାହ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ କଟକଣା ଜାରି କରାଯାଇଛି। ଏହି ସମସ୍ତ କାର୍ଯ୍ୟ ପାଇଁ ଲୋକଙ୍କ ଯୋଗଦାନକୁ ହ୍ରାସ କରାଯାଇଛି। ଲକଡାଉନ୍ ଓ ସଟଡାଉନ୍ ଯୋଗୁଁ ମଧ୍ୟ ଅନେକ ଅସହାୟ ଲୋକଙ୍କୁ ଖାଦ୍ୟ ସଂଗ୍ରହ କରିବାରେ ବାଧ୍ୟା ସୃଷ୍ଟି ହେଉଛି । ତେଣୁ ଏହାକୁ ଦୁଷ୍ଟିରେ ରଖି ମାଲକାନଗିରି ଜିଲ୍ଲାର ଯୁବ ସ୍ୱେଚ୍ଛାସେବୀ ସଞ୍ଜୟ ଢ଼ାଲି ନିଜ ମାଆଙ୍କ ମୃତ୍ୟୁ ପରେ ଦଶାହ କାର୍ଯ୍ୟରେ ଅସହାୟଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟିଛନ୍ତି। ଭୋଜି ବାବଦରେ ଖର୍ଚ୍ଚ କରିବାକୁ ଥିବା ଅର୍ଥରେ ଗରିବ ଓ ଅସହାୟ ଲୋକଙ୍କ ନିକଟରେ ଖର୍ଚ୍ଚ କରିଛନ୍ତି। ଏହାସହ ବୃଦ୍ଧାଶ୍ରମ ଓ ଶିଶୁ ଗୃହରେ ମଧ୍ୟ ଶୁଖିଲା ଖାଦ୍ୟ ସହ ବସ୍ତ୍ର ବଣ୍ଟନ କରିଛନ୍ତି। ସଞ୍ଜୟ ଏବଂ ତାଙ୍କ ପରିବାରର ଏପରି କାର୍ଯ୍ୟପାଇଁ ସମସ୍ତଙ୍କ ନିକଟରେ ବେଶ୍ ପ୍ରସଂଶାର ପାତ୍ର ହୋଇ ପାରିଛନ୍ତି।

Leave a comment