୫ଟି ସଚିବ ଭି କେ ପାଣ୍ଡିଆନଙ୍କ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ୫ଟି ସଚିବ ଭି କେ ପାଣ୍ଡିଆନ । ଶ୍ରୀ ପାଣ୍ଡିଆନ ଚିକିତ୍ସାଳୟର ସମସ୍ତ ୱାର୍ଡ଼ ବୁଲି ଦେଖିବା ସହ ଏହାର ସମୀକ୍ଷା କରିଥିଲେ । ଚିକିତ୍ସାଳୟର ରୋଗୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଏହା ପରେ କୋରାପୁଟ ଓ ନବରଙ୍ଗପୁର ଗସ୍ତରେ ଯିବା କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ‘ମୋ ସରକାର କାର୍ଯ୍ୟକ୍ରମ’ ଠିକ ଭାବରେ କାର୍ଯ୍ୟକାରୀ ହେଉଛି ନା ନାହିଁ । ହିତାଧିକାରୀଙ୍କ ପାଖରେ ଠିକଭାବେ ସରକାରଙ୍କ ସବୁ ଯୋଜନା ପହଞ୍ଚୁଛି ନା ନାହିଁ । ସରକାରୀ ଚିକିତ୍ସାଳୟରେ ରୋଗୀ ଉତ୍ତମ ଚିକିତ୍ସା ପାଉଛନ୍ତିନା ନାହିଁ ତାହାର ତଦାରଖ କରବା ସହ ସଭ୍ୟ ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ୫ଟି ସଚିବ ଭି କେ ପାଣ୍ଡିଆନ ନିଜେ ଏହାର ତଦାରଖ କରୁଥିବା ପରିଲକ୍ଷିତ ହେଉଛି ।
ମାଲକାନଗିରି ଗ୍ରସ୍ତ କାର୍ଯ୍ୟକ୍ରମରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଏ.କେ ମିନା, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ପ୍ରମୁଖ ଶ୍ରୀ ପାଣ୍ଡିଆନଙ୍କ ସହ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି ।