ମାଲକାନଗିରି ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଜଣେ ଯବାନ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍‌ ଯବାନ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବାସାଗୁଡ଼ା କ୍ୟାମ୍ପରେ ଚିକିତ୍ସା କରାଯାଉଛି ।

ଖବର ଅନୁଯାୟୀ, କୁମ୍ବିଂ ଅପେରସନ ପାଇଁ ବାହାରିଥିଲେ ସିଆରପିଏଫ୍‌ ଯବାନ । ଆବାପାଲି ଓ ବାସାଗୁଡ଼ା ରାସ୍ତାରେ ନକ୍ସଲମାନେ ଲ୍ୟାଣ୍ଡମାଇନ୍‌ ଖଞ୍ଚିଥିଲେ । ଯାହାଫଳରେ ସେହି ରାସ୍ତା ଦେଇ ଯବାନମାନେ ଯାଉଥିବା ସମୟରେ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାମ ସିଲାଚାନ୍ଦ ମିଞ୍ଜ ବୋଲି ଜଣାପଡିଛି । ସେଠାରୁ ତାଙ୍କୁ ଉଦ୍ଧାର କରି ବାସାଗୁଡ଼ା କ୍ୟାମ୍ପରେ ଚିକିତ୍ସା କରାଯାଉଛି । ବିଜାପୁର ଏସ୍‌ପି କୋମଳ ଲୋଚନ କାଶ୍ୟବ ଏନେଇ ସୂଚନା ଦେଇଛନ୍ତି ।

Leave a comment