ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ ସାଲାଡ

0

ଗରମ ଦିନରେ ରସିଆଳି ଆମ୍ବ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ଆମ୍ବର ରସ, ଆମ୍ବ ଚଟଣୀ, ଆମ୍ବ ପାମ୍ପଡ, ଏମିତି କେତେ କଣ ରେସିପି ଆମ୍ବରେ ପ୍ରସ୍ତୁତ କରାଯାଏ। ଆଜି ଆମେ ଯେଉଁ ରେସିପି ଆପଣଙ୍କ ପାଇଁ ନେଇ ଆସିଛୁ ତାକୁ ବନାଇବାକୁ ଆପଣଙ୍କୁ ମାତ୍ର ୫ ମିନିଟ ସମୟ ଲାଗିଥାଏ। ହଁ ଆଜ୍ଞା ଆମେ ଆପଣଙ୍କୁ କହୁଛୁ ମ୍ୟାଙ୍ଗୋ ସାଲାଡ ବିଷୟରେ। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ
• ପାଚିଲା ଆମ୍ବ
• ପିଆଜ (ଛୋଟ କଟା ହୋଇଥିବା)
• କଞ୍ଚା ଲଙ୍କା
• ଫ୍ରେସ୍ ଧନିଆ ପତ୍ର
• ଗ୍ରୀନ ପିଆଜ
• ଲେମ୍ବୁ ରସ
• ଲୁଣ
• ଅଲିଭ ଅଏଲ
• ଡାଳିମ୍ବ ଦାନା

ପ୍ରସ୍ତୁତି ପ୍ରଣାଳୀ
1. ସର୍ବପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ। ସେଥିରେ କଟା ପିଆଜ, ଲାଲ ଲଙ୍କା, ଧନିଆ ପତ୍ର ଏବଂ ଗ୍ରୀନ ପିଆଜ ପକାଇ ମିକ୍ସ କରିଦିଅନ୍ତୁ।
2. ଏବେ ଏହି ମିଶ୍ରଣରେ କଟା ହୋଇଥିବା ଆମ୍ବ ପକାଇ ଦିଅନ୍ତୁ।
3. ଏବେ ହାଲକା ହାତରେ ମିକ୍ସ କରି ମିଶ୍ରଣରେ ସ୍ୱାଦ ଅନୁସାରେ ଲୁଣ, ଅଲିଭ ଅଏଲ, ଗୋଲମରୀଚ ଏବଂ ଲେମ୍ବୁ ରସ ପକାଇ ଦିଅନ୍ତୁ।
4. ଏବେ ଆପଣ ହାଲକା ହାତରେ ମିଶ୍ରଣକୁ ଗୋଳାଇ ଦିଅନ୍ତୁ ଏବଂ ଡାଳିମ୍ବ ଦାନାରେ ସଜାଇ ସର୍ଭ କରନ୍ତୁ।

Leave a comment

You cannot copy content of this page