ଶବ ସତ୍କାର ବେଳେ ଆକ୍ରମଣ କଲେ ମହୁମାଛି, ୧୫ଜଣ ଆହତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଶବ ସତ୍କାର ସମୟରେ ଆକ୍ରମଣ କଲେ ମହୁମାଛି । ଫଳରେ ୧୫ ଜଣ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି । ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ କଟଙ୍ଗ ଗ୍ରାମପଞ୍ଚାୟତରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ କଟଙ୍ଗ ଗ୍ରାମପଞ୍ଚାୟତଗୀର୍ଜାପଡା ବାସିନ୍ଦା ଗୁରୁବାର ପ୍ରାୟ ୨ଟା ସମୟରେ ନିଜ ଆତ୍ମୀୟଙ୍କ ଶବ ସତ୍କାର ପାଇଁ ଗ୍ରାମ ନିକଟରେ ଥିବା ମଶାଣିକୁ ଯାଇଥିଲେ । ହଠାତ ସେଠାରେ ମହୁମାଛି ଆକ୍ରମଣ କରିଥିଲେ । ମହୁମାଛିଙ୍କ ଆକ୍ରମଣରେ ପ୍ରାୟ ୧୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ମଧ୍ୟରୁ ୩ ଜଣ ଚିକିତ୍ସା ଚାଲିଥିବା ବେଳେ ଅନ୍ୟମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆ ଯାଇଥିବା ଜଣାପଡିଛି ।

Leave a comment