ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନକଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

0

ଓଡିଶା ଫାଷ୍ଟ( ବ୍ୟୁରୋ):ମହାତ୍ମାଗାନ୍ଧୀଙ୍କ ପବିତ୍ର ମହାପ୍ରୟାଣ ଦିବସ ଅବସରରେ ବିଧାନ ସଭାଠାରେ ଥିବା ମହାତ୍ମାଗାନ୍ଧୀଙ୍କୁ ଗୁରୁବାର
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ରାଜ୍ୟ ପୁଲିସ ପକ୍ଷରୁ ପ୍ରଥମେ ଶହୀଦଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ୨ମନିଟର ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାଣ୍ଡବାଜା ସହାଯ୍ୟରେ ରାମଧୁନ ପରିବେଷଣ କରାଯାଇଥିଲା। ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା ସମାପ୍ତ କରାଯାଇଥିଲା।

Leave a comment