ଆଜି ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରା, ଉତ୍ସବ ମୁଖର ରାଜଧାନୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ଜାଗର ଯାତ୍ରା ପାଇଁ ଉତ୍ସବମୁଖର ହୋଇଛି ରାଜଧାନୀ । ଶୈବପୀଠରେ ପରିପୂର୍ଣ୍ଣ ଭୁବନେଶ୍ୱରରେ ମହାଶିବରାତ୍ରି ବା ଜାଗର ଏକ ପ୍ରମୁଖ ଉତ୍ସବ ହୋଇଥିବା ବେଳେ ସହରବାସୀଙ୍କ ମଧ୍ୟରେ ଏ ନେଇ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଗହଳି ଲାଗିଛି । ଭକ୍ତଙ୍କ ସୁବିଧା ନିମନ୍ତେ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷାକର୍ମୀ ମାନେ ମୁତୟନ ହୋଇଛନ୍ତି । ଏହାସହ କୌଣସି ପ୍ରକାର ଅଘଟଣ ଏଡ଼ାଇବା ପାଇଁ କଡ଼ା ନଜର ରଖାଯାଇଛି । ସକାଳୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ପୂଜାର୍ଚ୍ଚନା ରୀତିନୀତି ଅନୁଷ୍ଠିତ ହେଉଥିବା ବେଳେ ରାତି ୧୦ଟାବେଳେ ମହାଦୀପ ଉଠିବା ପାଇଁ ସ୍ଥିର କରାଯାଇଛି ।

ଜାଗର ପାଇଁ ରାଜ୍ୟର ପ୍ରମୁଖ ଶୈବପୀଠମାନଙ୍କରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଶ୍ରୀଲୋକନାଥ ମନ୍ଦିର, ଧବଳେଶ୍ୱର ମନ୍ଦିର ଓ କପିଳାସରେ ଶୃଙ୍ଖଳିତ ଭାବେ ପୂଜାବିଧି ସମାପନ ପାଇଁ ବ୍ୟବସ୍ଥା କରାଯାଇଛି ।

Leave a comment