ବାଚସ୍ପତିଙ୍କୁ ହାତଯୋଡି ବିନତି କଲେ ମହାରଥୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଧାନସଭାରେ ବିଧାୟକ ମହାରଥୀ ବାଚସ୍ପତିଙ୍କୁ ହାତଯୋଡି ଲାଇସେନ୍ସ ଅବଧି ବଢାଇବାକୁ କଲେ ଅନୁରୋଧ । ଡ୍ରାଇଭିଂ ଲାଇସେନ୍ସ ଓ ଗାଡି କାଗଜପତ୍ର ପାଇଁଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାରାରାତି ଲୋକ ଅନିଦ୍ରା ହୋଇ ଲାଇନରେ ଛିଡା ହେଉଛନ୍ତି । ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଧାୟକ ଦେବୀ ମିଶ୍ର ଚେକିଂ ପାଇଁ ୧ ଡିସେମ୍ବର ପରିବର୍ତ୍ତେ ଅଧିକ ସମୟ ଦେବା ଲାଗି ବିଧାନସଭାରେ ଦାବି କରିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଥିଲେ, ପରିବହନ ବିଭାଗରେ କର୍ମଚାରୀଙ୍କ ଘୋର ଅଭାବ ଥିବାରୁ ଚେକିଂ ଅବଧି ବଢାଯିବ କି ନାହିଁ ମନ୍ତ୍ରୀ ଗୃହରେ ବିବୃତି ରଖିବାକୁ କହିଥିଲେ ।
ଦେବୀ ମିଶ୍ର ଓ ତାରା ବାହିନୀପତିଙ୍କ ବିବୃତ୍ତିରେ ନିଜ ସ୍ୱର ମିଳାଇଥିଲେ ବିଧାୟକ ପ୍ରଦୀପ ମହାରଥୀ । ଶ୍ରୀ ମହାରଥୀ ୩ ମାସ ଡ୍ରାଇଭିଂ ଲାଇସେନ୍ସ ଓ କାଗଜପତ୍ର ଯାଞ୍ଚ ଅବଧି ବୃଦ୍ଧି କରିବାକୁ ହାତ ଯୋଡି ବାଚସ୍ପତିଙ୍କୁ ନିବେଦନ କରିଥିଲେ । ସେହିପରି ଗାଡି କାଗଜ ପତ୍ର ପାଇଁ ସରକାର ଅବଧି ବଢଇବା ନେଇ ଗୃହରେ ଉଦବେଗ ପରେ ପରିବହନ ମନ୍ତ୍ରୀ ଏନେଇ ବିଚାର କରିପାରନ୍ତି ବୋଲି କହିଥିଲେ ବାଚସ୍ପତି । ଅପରପକ୍ଷରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଯେ ସମୟସୀମା ବୃଦ୍ଧି ପାଇଁ ବିଚାର ବିମର୍ଶ ଚାଲିଛି ।

Leave a comment