ମହାରାଷ୍ଟ୍ରର ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଦ କରୋନା ପଜେଟିଭ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରଷ୍ଟ୍ରରେ ଜଣେ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ପୂର୍ବରୁ ସଂଗରୋଧରେ ଥିବା ଏନସିପି ବିଧାୟକ ତଥା ମନ୍ତ୍ରୀ ଜିତେନ୍ଦ୍ର ଆହ୍ବାଦଙ୍କ ପରୀକ୍ଷା ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ମନ୍ତ୍ରୀଙ୍କ ଷ୍ଟାଫ କରୋନା ଆକ୍ରାନ୍ତ ହେବା ପରେ ସେମାନଙ୍କୁ ସଂଗରୋଧ କରାଯାଇଥିଲା। ମନ୍ତ୍ରୀ ନିଜେ ମଧ୍ୟ ସଂଗରୋଧରେ ରହିଥିବା କହିଥିଲେ। ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମନ୍ତ୍ରୀ ଆକ୍ରାନ୍ତ ହେବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଦେଶରେ କରୋନା ସଂଖ୍ୟା ବଢିବାରେ ଲାଗିଛି ଏବଂ ମହାରାଷ୍ଟ୍ରରେ ଏହି ସଂଖ୍ୟା ୬ ହଜାର ଟପିଥିବା ବେଳେ ୨୮୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

Leave a comment