ଶିବାଜୀଙ୍କ ଗଡ ପୁନଃଉଦ୍ଧାର ପାଇଁ ୨୦ କୋଟି ଟଙ୍କା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମହା ଡ୍ରାମାର ଅନ୍ତ ଘଟିଛି । ଗତକାଲି ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଗୁରୁବାର ରାତିରେ ନିଜ କ୍ୟାବିନେଟର ପ୍ରଥମ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଶିବାଜୀଙ୍କ ରାଜଧାନୀ ରାୟଗଡର ପୁନଃଉଦ୍ଧାର ପାଇଁ ୨୦ କୋଟି ଟଙ୍କା ଘୋଷଣା କରିଛନ୍ତି ଠାକରେ । ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କର ଅଧ୍ୟକ୍ଷତାରେ ବସିଥିବା ପ୍ରଥମ ବୈଠକରେ ଛତ୍ରପତି ଶିବଜୀଙ୍କ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିବାରୁ ସେ ଖୁବ ଖୁସି ।
ସେହିପରି ଠାକରେ ଚାଷୀଙ୍କ ବିଷୟରେ ଏହି ବୈଠକରେ ଆଲୋଚନା କରିଥିଲେ । ସେ କହିଥିଲେ ମୁଁ ଚାଷୀଙ୍କ ଭଲ ପାଇଁ ସୂଚନା ମାଗିଛି ଏହା ସହ ପ୍ରକୃତ ସ୍ଥିତି ବାବଦରେ ଜାଣିବାକୁ ଚାହୁଁଛି । ତାଙ୍କ ପାଇଁ କଣ କରାଯାଇପାରିବ ଦିନେ କି ଦୁଇ ଦିନ ମଧ୍ୟରେ ଘୋଷଣା କରାଯିବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଶପଥ ନେଇଥିବା ୬ ଜଣ ମନ୍ତ୍ରୀଙ୍କ ସମେତ ଏନସିପି ନେତା ଅଜିତ ପାୱାର ଓ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ ।