ମହାରାଷ୍ଟ୍ରରେ ୧୫ ଦିନ ପାଇଁ ରାତ୍ରିକାଳୀନ କର୍ଫ୍ୟୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରିଟେନରେ ନୂଆ କରୋନା ଭୂତାଣୁର ସଂକ୍ରମଣ ବୃଦ୍ଧିପାଇବା ପରିପ୍ରେକ୍ଷୀରେ ମହାରାଷ୍ଟ୍ର ସରକାର ଆସନ୍ତା ମଙ୍ଗଳବାର ଠାରୁ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ୧୫ ଦିନ ପାଇଁ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହି କର୍ଫ୍ୟୁ ରାଜ୍ୟର ସମସ୍ତ ପ୍ରମୁଖ ସହରରେ ରାତି ୧୧ଟାରୁ ସକାଳ ୬ ପର୍ଯ୍ୟନ୍ତ ଲାଗୁ ହେବ। ଏହି ସମୟରେ ମେଡିକାଲ ଷ୍ଟୋର ଭଳି ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ସମସ୍ତ ଦୋକାନ ବନ୍ଦ ରହିବ। ରାତି ୧୧ଟା ପରେ ଲୋକଙ୍କୁ ଯାତାୟାତ ପାଇଁ ଅନୁମତି ନେବାକୁ ପଡିବ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ରାତ୍ରିକାଳୀନ କର୍ଫ୍ୟୁ ସମ୍ପର୍କରେ ଘୋଷଣା କରିଛନ୍ତି।

Leave a comment

You cannot copy content of this page