ଜାମିନ ଖରିଜ, ଝାରପଡା ଜେଲ ମହାରଥୀଙ୍କ ନୂଆ ଠିକଣା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ କୋର୍ଟ ପରିସରରେ ସେ ବେହୋସ ହୋଇଯାଇଥିଲେ । ମହାରଥୀ ଅସୁସ୍ଥ ହେବାରୁ ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ତାଙ୍କୁ ହାଜିର କରାଯାଇଥିଲା । ସେଠାରେ ମହାରଥୀଙ୍କ ଜାମିନ ଖାରଜ ହୋଇଯିବାରୁ ତାଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଇଛି । ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଫ୍ଲାଇଂ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ ପ୍ରଦୀପଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ତାଙ୍କୁ ପିପିଲି ପୋଲିିସ ଗିରଫ କରିଥିଲା ।

Leave a comment