ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାପ୍ରଭୁଙ୍କ ଟଙ୍କା ୨ଟି ବ୍ୟାଙ୍କରେ ଜମା ହେବ। ବ୍ୟାଙ୍କ ଅଫ୍ ବରୋଦା ଓ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ହେବ ଏହି ଟଙ୍କା । ୨ଟି ବ୍ୟାଙ୍କରେ ସମାନ ଭାଗ ହୋଇ ଜମା ହେବ ୨୮୭ କୋଟି। ବର୍ଷକ ପାଇଁ ୬.୨୬% ସୁଧରେ ଫିକ୍ସଡ୍ ଡିପୋଜିଟ୍ ହେବ। ଟେଣ୍ଡର ପରେ ଉନ୍ନୟନ ପ୍ରଶାସକ ଅଜୟ ଜେନା ଦେଲେ ସୂଚନା। ୧୦୨ କୋଟି ଟଙ୍କାର ଫାଉଣ୍ଡେସନ୍ ଫଣ୍ଡ SBIରେ ରହିବ।
ସୂଚନାଯୋଗ୍ୟ, ୟେସ୍‌ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିବା ଏବଂ ଆରବିଆଇ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ଉକ୍ତ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ରଖାଯିବା ନେଇ ପ୍ରଶ୍ନ ଉଠିଥିଲା। ଏହା ପରେ ସରକାରଙ୍କ ପକ୍ଷରୁ ଏହାକୁ ଫେରାଇ ଅଣାଯିବା ପାଇଁ ପ୍ରୟାସ କରାଯାଇଥିଲା। ଏହା ପରେ ଇ-ଟ୍ରାନ୍ସଫର ମାଧ୍ୟମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କାକୁ SBIର ପୁରୀ ମୁଖ୍ୟ ଶାଖାକୁ ଟ୍ରାନ୍ସଫର୍ କରିଥିଲା ।

ୟେସ୍‌ ବ୍ୟାଙ୍କ ପକ୍ଷରୁ ଜମା ହୋଇଥିବା ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ମଧ୍ୟରୁ ମୂଳ ଧନ ୩୮୯ କୋଟି ଟଙ୍କା ଓ ସୁଧ ବାବଦକୁ ପ୍ରାୟ ୮ କୋଟି ୨୩ ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ଏନେଇ ୟେସ୍ ବ୍ୟାଙ୍କ ପକ୍ଷରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖାଯାଇଛି। ବାକି ୧୫୬ କୋଟି ଟଙ୍କାର ଦୁଇଟି ଫିକ୍ସ ଡିପୋଜିଟ ମାର୍ଚ୍ଚ ୩୦ରେ ମାଚ୍ୟୁରିଟି ପରେ ଦିଆଯିବ ବୋଲି ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି।

Leave a comment

You cannot copy content of this page