ମହାସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ପବିତ୍ର ଜଳରେ ମହାସ୍ନାନ କରିଛନ୍ତି ଶ୍ରୀଜୀଉ ।
ଏହା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଶ୍ବପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶ ଆରମ୍ଭ ହୋଇଛି । ମହାରାଷ୍ଟ୍ରର ଗଣପତି ଉପାସକ ଗଣପତି ଭଟ୍ଟଙ୍କୁ ପ୍ରଥମେ ଗଜାନନ ବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ ।
ସେହି ଦିନଠାରୁ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଏହି ବେଶପାଇଁ ପ୍ରଭୁ ବଳଭଦ୍ରଙ୍କ ପାଇଁ ଗୋପାଳତୀର୍ଥ ମଠରୁ ଓ ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ପାଇଁ ରାଘବଦାସ ମଠରୁ ବେଶସାମଗ୍ରୀ ଆସିଥାଏ ।
ସୂଚନାଯୋଗ୍ୟ ଯେ, କରୋନା କଟକଣା ଦୃଷ୍ଟିରୁ ଗତ ବର୍ଷ ପରି ଏବର୍ଷ ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି ।