ମଧୁମେହ ରୋଗରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ୪ଟି ପତ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଜରୁରୀ ହୋଇଥାଏ ଯେ ସେମାନେ ନିଜ ଲାଇଫଷ୍ଟାଇଲ ପ୍ରତି ଧ୍ୟାନ ଦେବେ। ଖାଦ୍ୟପାନୀୟ ଉପରେ ଅଧିକ ଗୁରୁତ୍ୱ ଦେବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଏ। ବିଶେଷ କରି ଯେପରି ସେମାନଙ୍କ ବ୍ଲଡ ସୁୁଗାର ମାତ୍ରା କଣ୍ଟ୍ରୋଲରେ ରହିବ। ଏକ୍ସପର୍ଟଙ୍କ ମୁତାବିକ ତୁଳସୀ ସହ ଅନ୍ୟାନ୍ୟ ଔଷଧିୟ ଗଛର ପତ୍ର ଖାଇବା ଦ୍ୱାରା ଏହାକୁ କଣ୍ଟୋଲ କରିହେବ। ଆଜି ଆମେ କହିବୁ ସେସବୁ ସମ୍ପର୍କରେ।
ଜାମୁକୋଳି ପତ୍ର:
ଜାମୁକୋଳି ପତ୍ରରେ ଅନେକ ଔଷଧିୟ ଗୁଣ ଭରି ରହିଛି। ଏହାକୁ ଚୋବାଇ ଖାଇବା ଦ୍ୱାରା ମିଳୁଥିବା ରସ ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ। ଟାଇପ ୨ ମଧୁମେହ ରୋଗୀ ଏହି ପତ୍ର ଖାଇବା ଜରୁରୀ। ଏହାଦ୍ୱାରା ବ୍ଲଡ ସୁଗାର ମାତ୍ରା କଣ୍ଟୋ୍ରଲରେ ରହିବ।

୨୦୧୩ ମସିହାରେ କରାଯାଇଥିବା ଏକ ଷ୍ଟଡି ଅନୁଯାୟୀ ଜାମୁ କୋଳି ପତ୍ର ରସ ଖାଇବା ଦ୍ୱାରା ଇନସୁଲିନ ରେସିଷ୍ଟାନ୍ସରେ ସୁଧାର ଆସିଥାଏ। ଏହାକୁ ନେଇ ୪୬ ମଧୁମେହ ରୋଗୀଙ୍କ ମଧ୍ୟରେ ପରୀକ୍ଷା କରାଯାଇଥିଲା। ୧୨ ସପ୍ତାହ ପରେ ସେମାନଙ୍କ ମଧ୍ୟରେ ଅନେକ ଫାଇଦା ଦେଖାଗଲା।
ମିଠା ତୁଳସୀ:
ମିଠା ତୁଳସୀ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ଅମୃତ ସଦୃଶ୍ୟ ହୋଇଥାଏ। ଯେଉଁମାନେ ଏହାକୁ ଖାଆନ୍ତି ସେମାନଙ୍କର ବ୍ଲଡ ସୁଗାରରେ ଥିବା ଅଧିକ ମାତ୍ରା କମିଯାଏ। ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଭଲ ହୋଇଥାଏ।
ବିଟ୍‌ ପତ୍ର:
ବିଟ୍‌ ଗଛର ପତ୍ର ମଧ୍ୟ ଶରୀର ପାଇଁ ଖୁବ ଭଲ ହୋଇଥାଏ। ଏଥିରେ ଫାଇବର ମାତ୍ରା ଅଧିକ ରହିଥାଏ। ଟାଇପ ୧ ମଧୁମେହ ରୋଗୀ ଏହାକୁ ଖାଇବା ଦ୍ୱାରା ଫାଇବର ମାତ୍ରା ବଢ଼ିଯାଏ ।ଯାହାଦ୍ୱାରା ବ୍ଲଡ ସୁଗାରକୁ ନେଇ କୌଣସି ସମସ୍ୟା ହୁଏ ନାହିଁ। ଏହାକୁ ଟାଇପ ୨ ରୋଗୀ ମଧ୍ୟ ଖାଇପାରିବେ।

ଗୁଡ଼ମାରୀ ପତ୍ର:
ଔଷଧିୟ ଗୁଣରେ ଭରପୂର ଗୁଡମାରି ଗଛ। ୧୮ ମାସ ଧରି ଏହାକୁ ଖାଇବା ଦ୍ୱାରା ମଧୁମେହ ରୋଗରୁ ମୁକ୍ତି ମିଳିଥାଏ।

Leave a comment