ପୁଣି ୪ ମାସର ଭତ୍ତା ଦେବେ ସରକାର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଧୁବାବୁ ପେନସନ୍ ଯୋଜନାରେ ପୁଣି ଆଗୁଆ ୪ ମାସର ଭତ୍ତା ପ୍ରଦାନ କରାଯିବ। ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। କରୋନା ଆରମ୍ଭ ହେବା ସମୟରେ ସରକାର ଏହି ଅଗ୍ରୀମ ଭତ୍ତା ବ୍ୟବସ୍ଥାକୁ ଲାଗୁ କରିଥିଲେ। ଗତ ୪ ମାସ ଏପ୍ରିଲ୍, ମେ, ଜୁନ୍, ଜୁଲାଇ ମାସ ପାଇଁ ରାଜ୍ୟ ସରକାର ଅଗ୍ରୀମ ଭତ୍ତା ମେ’ ମାସରେ ହିଁ ପ୍ରଦାନ କରିଥିଲେ। ଏବେ ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ୱର ଓ ଡିସେମ୍ୱର ମାସ ପାଇଁ ଅଗ୍ରୀମ ୪ମାସର ପେନସନ୍ ଦେବା ନେଇ ସାମାଜିକ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି। ସେହିଭଳି ରାଜ୍ୟ ସରକାର ଅଗଷ୍ଟ ମାସରେ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ସହ କିନ୍ନରଙ୍କ କ୍ଷେତ୍ରରେ ମଧ୍ୟ ଏହି ସୁବିଧା ଲାଗୁ କରିଥିଲେ। ରାଜ୍ୟରେ ମଧୁବାବୁ ପେନସନ୍ ଯୋଜନାରେ ଥିବା ହିତାଧିକାରୀଙ୍କୁ ସେପ୍ଟେମ୍ବର ମାସରେ ଏକକାଳୀନ ୪ ମାସର ଭତ୍ତା ମିଳିବ।
ସୂଚନାଯୋଗ୍ୟ ବର୍ତ୍ତମାନ ରାଜ୍ୟରେ ୪୮ ଲକ୍ଷ ମଧୁବାବୁ ପେନସନ୍ ଉପଭୋତ୍ତା ରହିଛନ୍ତି। ଏଥି ସହିତ ଚଳିତ ବର୍ଷ ଜୁଲାଇ ମାସରେ ମଧ୍ୟ ରାଜ୍ୟ ସରକାର କରୋନା ପାଇଁ ରାଜ୍ୟରେ ଥିବା ୪୮ ଲକ୍ଷ ମଧୁବାବୁ ପେନସନ୍ ଉପଭୋକ୍ତାଙ୍କୁ ୪ ମାସ ପର୍ଯ୍ୟନ୍ତ ୧୦୦୦ ଲେଖାଏଁ ଅତିରିକ୍ତ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଥିଲେ ।

Leave a comment

You cannot copy content of this page