ନିଜର ମାଛ କାତି ଭଳି ସ୍କିନ୍‌ ଦେଖି ଆପଣଙ୍କୁ ଖରାପ ଲାଗୁଛି କି, ଛୁଟକାରା ପାଇବା ପାଇଁ ଏହି ସବୁ ଟିପ୍ସକୁ କରନ୍ତୁ ଫଲୋ

0

ଶୀତଦିନେ ତ୍ୱଚା ରୁକ୍ଷ ଏବଂ ଶୁଷ୍କ ହୋଇଯିବା ଅତି ସାଧାରଣ କଥା। ଅତ୍ୟଧିକ ଥଣ୍ଡା କାରଣରୁ ତ୍ୱଚାର କୋମଳତା ନଷ୍ଟ ହୋଇ ଯାଇଥାଏ, ଯାହାଫଳରେ ତ୍ୱଚାରେ ଶୁଷ୍କପଣ ଦେଖା ଦେଇଥାଏ। ଏହିଦିନେ ତ୍ୱଚାର ଯତ୍ନ ନେବା ମଧ୍ୟ ବହୁତ ମୁସ୍କିଲ ହୋଇ ଯାଇଥାଏ। ଏଥିପାଇଁ ମହିଳାମାନେ ବିଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏ ସବୁ ବ୍ୟବହାର କରିବା ପରେ ମଧ୍ୟ ବିଶେଷ ଫରକ୍ ପଡି ନ ଥାଏ। ଅନେକ ବାର ତ୍ୱଚା ମାଛ କାତି ଭଳି ଦିଶିଥାଏ। ଏମିତି ସ୍ଥିତିରେ ଆପଣଙ୍କ ପାଇଁ ଏହି ପ୍ରକାର ତ୍ୱଚାର ଯତ୍ନ ନେବା ବହୁତ ଜରୁରୀ ହୋଇ ପଡ଼ିଥାଏ। ଶୀତଦିନେ ମାଛ କାତି ଭଳି ତ୍ୱଚାକୁ ‘ଫିଶ୍‌ ସ୍କେଲ ସ୍କିନ୍‌’ ଡିଜିଜ୍‌ କୁହାଯାଇଥାଏ। ଏହି ଡିଜିଜ୍‌ ହେଲେ ପାଦ, ହାତର ତ୍ୱଚା ସବୁ ଫାଟି ଯାଇଥାଏ, ଯାହାକୁ ଦେଖିଲେ ଆପଣଙ୍କୁ ଖରାପ ଲାଗିଥାଏ। ଆସନ୍ତୁ ଜାଣିବା ଫିଶ୍‌ ସ୍କେଲ ସ୍କିନ୍‌ରୁ କିପରି ଆମକୁ ଛୁଟକାରା ମିଳି ପାରିବ।

ଫିଶ୍‌ ସ୍କେଲ ସ୍କିନ୍‌ର ଲକ୍ଷଣ
-ତ୍ୱଚାର ଉପରି ଭାଗ ମାଛ କାତି ଭଳି ଦେଖାଯିବା

-ତ୍ୱଚାର ଉପରି ଭାଗ ଉତୁରିବା

-ତ୍ୱଚା ଅତିଶୟ ଶୁଷ୍କ ହୋଇ କୁଣ୍ଡେଇ ହେବା

ଫିଶ୍‌ ସ୍କେଲ ସ୍କିନ୍‌ର କାରଣ
ଶୀତଦିନେ ଥଣ୍ଡା ପବନ ସଂସ୍ପର୍ଶରେ ଆସିଲେ ତ୍ୱଚା ଶୁଷ୍କ ହୋଇ ଯାଇଥାଏ, ଯେଉଁ କାରଣରୁ ମାଛ କାତି ଭଳି ସମସ୍ୟା ଦେଖା ଦେଇଥାଏ।

ଫିଶ୍‌ ସ୍କେଲ ସ୍କିନ୍‌ରୁ ରକ୍ଷା ପାଇବାର ଉପାୟ
-ଫିଶ୍‌ ସ୍କେଲ ସ୍କିନ୍‌ରୁ ଛୁଟକାରା ପାଇବା ପାଇଁ ତ୍ୱଚାର ଦେଖାଶୁଣା ବହୁତ ଜରୁରୀ। ଏଥିପାଇଁ ଆପଣ ମଇଶ୍ଚରାଇଜର ନିଶ୍ଚୟ ବ୍ୟବହାର କରନ୍ତୁ।

-ଏଥିରୁ ମୁକ୍ତି ପାଇବା ପାଇଁ ଗରମ ପାଣିରେ ବେଶି ଗାଧୋଇବା ଉଚିତ ନୁହେଁ। ଯଦି ଆପଣ ଗରମ ପାଣିରେ ଗାଧୋଇବାକୁ ଚାହୁଁଛନ୍ତି, ତା’ ହେଲେ ସେଥିରେ ଅଳ୍ପ ଲୁଣ ମିଶାଇ ପାରିବେ। ଏହାଦ୍ୱାରା ତ୍ୱଚା ଶୁଷ୍କ କି ରୁକ୍ଷ ହେବ ନାହିଁ।

-ଯେତେ ସମ୍ଭବ ଅଧିକରୁ ଅଧିକ ପାଣି ପିଅନ୍ତୁ। ଏହାଦ୍ୱାରା ସ୍କିନ୍‌ ଫାଟିବ ନାହିଁ।

ଫେସ୍‌ ପ୍ୟାକ
– ଚନ୍ଦନ ପାଉଡର ଏବଂ ହଳଦୀକୁ ଏକ ପାତ୍ରରେ ମିକ୍ସ କରି ସେଥିରେ ଅଳ୍ପ କଞ୍ଚା କ୍ଷୀର ପକାଇ ଭଲ ଭାବେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ତ୍ୱଚାରେ ଲଗାଇ ହାଲୁକା ଭାବେ ମସାଜ୍ କରନ୍ତୁ। ଏହି ମିଶ୍ରଣକୁ ଲଗାଇ ୧୦ ମିନିଟ୍ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହି ପ୍ୟାକ୍ ବ୍ୟବହାର କରିବା ଦ୍ୱାରା କିଛି ଦିନ ଭିତରେ ଆପଣ ତ୍ୱଚାରେ ଫରକ୍ ଅନୁଭବ କରି ପାରିବେ।

– ଗୋଡ ଫାଟିଥିଲେ ଶୋଇବା ପୂର୍ବରୁ ଭେସଲିନ୍ ଲଗାଇ ମୋଜା ପିନ୍ଧି ଦିଅନ୍ତୁ। ସକାଳୁ ଉଠି ପାଦ ଧୋଇ ଦିଅନ୍ତୁ। ପ୍ରତ୍ୟେକ ଦିନ ଏପରି କରିବା ଦ୍ୱାରା ଆପଣ ନିଜେ ଫରକ୍ ଅନୁଭବ କରିପାରିବେ।

– ବେସନ ଏବଂ ଦହିକୁ ନେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ ମୁହଁ ଏବଂ ଶରୀରରେ ଲଗାଇ ୫ ମିନିଟ୍ ରଖିବା ପରେ ଭଲ ଭାବେ ଧୋଇ ଦିଅନ୍ତୁ। ତ୍ୱଚାକୁ କୋମଳ ରଖିବାରେ ଏହା ଏକ ଉତ୍ତମ ଘରୋଇ ଫେସ୍ ପ୍ୟାକ୍ ହୋଇଥାଏ।

Leave a comment