ଜାଣନ୍ତୁ କିପରି ଲକ୍ଷ୍ମୀଙ୍କ ପରି ଉତ୍ପତ୍ତି ହୋଇଥିଲା ଅଲକ୍ଷ୍ମୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଚାନ୍ଦ୍ରମାସ ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ହେଉଛି କାର୍ତ୍ତିକ ମାସର ଶେଷଦିନ। ଏହାପରେ ମାର୍ଗଶିର ମାସ। ଭଗବାନ ଶ୍ରୀକୃଷ୍ଣ ‘ଗୀତା’ର ‘ବିଭୂତିଯୋଗ’ରେ ଏ ମାସକୁ ଶ୍ରେଷ୍ଠତା ଦେଇ କହିଛନ୍ତି, ‘‘ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିର।’’ କିନ୍ତୁ ଆଉ ଯେଉଁ ଦୃଷ୍ଟିରୁ ଏ ମାସଟି ଗୁରୁତ୍ବପୂର୍ଣ୍ଣ ଓ ପବିତ୍ର- ତାହା ହେଉଛି, ଏହା ଲକ୍ଷ୍ମୀଙ୍କର ମାସ। ପୃଥିବୀରେ ସୌନ୍ଦର୍ଯ୍ୟ, ଐଶ୍ବର୍ଯ୍ୟ, ସମ୍ପତ୍ତି ଓ ସୌଭାଗ୍ୟର ଦେବୀ ଭାବରେ ଲକ୍ଷ୍ମୀ ପ୍ରଖ୍ୟାତା। କିନ୍ତୁ ତାଙ୍କର ବଡ଼ଭଉଣୀ ‘ଅଲକ୍ଷ୍ମୀ’ ଯେ ରୂପ ଓ ଗୁଣରେ ତାଙ୍କର ସ˚ପୂର୍ଣ୍ଣ ବିପରୀତ- ଏହା ଆମ ପୁରାଣର ଏକ ବିଚିତ୍ର ବିରୋଧାଭାସ।
ପୌରାଣିକ ଉପାଖ୍ୟାନ ଅନୁସାରେ, ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କ ପରି ଅଲକ୍ଷ୍ମୀଙ୍କର ମଧ୍ୟ ଉତ୍ପତ୍ତି ହୋଇଥିଲା। ତେଣୁ ସେ ମଧ୍ୟ ବରୁଣଦେବଙ୍କ କନ୍ୟା। ସମୁଦ୍ର ମନ୍ଥନରୁ ବିଷର ଉତ୍ପତ୍ତି ହେବା ପରେ, ଉଗ୍ର ବିଷରୁ ତାଙ୍କର ଉଦ୍ଭବ ହୋଇଥିଲା। ତେଣୁ ସେ ଅକଲ୍ୟାଣମୟୀ।
ପୁରାଣରେ ଅଲକ୍ଷ୍ମୀଙ୍କର ଯେଉଁ ରୂପବର୍ଣ୍ଣନା ଅଛି, ତାହା ଅନୁସାରେ, ସେ ତ୍ରିଭୁଜା ଏବ˚ ତାଙ୍କର ଶରୀରର ବର୍ଣ୍ଣ କୃଷ୍ଣ। ସେ ଲୌହ ଅଳଙ୍କାର ପରିଧାନ କରନ୍ତି ଏବ˚ ତାଙ୍କର ବାହନ ଗଧ। ପୁଣି ସେ ନିଜର ଅଙ୍ଗରେ ରକ୍ତଚନ୍ଦନ ଲେପନ କରନ୍ତି। କିନ୍ତୁ ଏସବୁ ସତ୍ତ୍ବେ, ସାନଭଉଣୀ ଲକ୍ଷ୍ମୀ ତାଙ୍କୁ ଭଲ ପାଉଥିଲେ।
ଅଲକ୍ଷ୍ମୀଙ୍କର ଏପରି ରୂପର ଗୋଟିଏ କାରଣ ଅଛି। ‘କାର୍ତ୍ତିକ ମାହାତ୍ମ୍ୟ’ ଅନୁସାରେ, ତାହା ନିଜେ ଅଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କୁ କହିଥିଲେ। ତାହା ହେଉଛି- ଯେତେବେଳେ ସୃଷ୍ଟିର ଅନ୍ତ ଘଟିଲା, ସେତେବେଳେ ସ˚ସାରର ସକଳ ଆତ୍ମା ତ୍ରିଗୁଣ (ସତ୍ତ୍ବ, ରଜ ଓ ତମ)ର ବନ୍ଧନରୁ ମୁକ୍ତ ହୋଇ, ଭଗବାନ ବିଷ୍ଣୁଙ୍କ ଗର୍ଭକୁ ଚାଲିଗଲେ। ସେମାନଙ୍କର ସବୁ ସୁକୃତ ସେମାନଙ୍କ ସହିତ ଗଲା; କିନ୍ତୁ ସେମାନେ କରିଥିବା ଦୁଷ୍କୃତ ସବୁ ରହିଗଲା। ତାହା ପଙ୍କ ରୂପେ ପ୍ରଳୟ ଜଳରେ ବୁଡ଼ି ରହିଲା। ପରବର୍ତ୍ତୀ କାଳରେ, ପୁଣି ଯେତେବେଳେ ଭଗବାନ ବିଷ୍ଣୁ ନିଜର ଲୀଳା ପ୍ରକଟ କଲେ ଏବ˚ ପୁଣି ନୂଆ ସୃଷ୍ଟି ହେଲା, ଧର୍ମର ଉଦୟ ହୋଇ ଚର ଓ ଅଚର ସମସ୍ତେ ଜାତ ହେଲେ। କିନ୍ତୁ ସେମାନଙ୍କର ଯେଉଁସବୁ ପାପ, ପଙ୍କ ହୋଇ ରହିଯାଇଥିଲା, ତାହା ନୂଆ ସ˚ସାରରେ ରୂପ ନେଇ ପାରିଲା ନାହିଁ। ତେଣୁ ଲଜ୍ଜାରେ ସେହି ପାପପଙ୍କରୁ ଏକ କନ୍ୟା ରୂପ ନେଲେ। ସେହି କନ୍ୟା ହେଉଛନ୍ତି ଅଲକ୍ଷ୍ମୀ।
ତେଣୁ ନିଜର ରୂପ ଓ ଗୁଣ ପଛରେ ଅଲକ୍ଷ୍ମୀଙ୍କର ନିଜର କୌଣସି ଦୋଷ ନଥିଲା। ତାହା ଶୁଣିବା ପରେ, ଭଗବାନ ବିଷ୍ଣୁ ଅଲକ୍ଷ୍ମୀଙ୍କ ପ୍ରତି ସଦୟ ହେଲେ। ଅଶ୍ବତ୍ଥ ବୃକ୍ଷ ହେଉଛି ବିଷ୍ଣୁଙ୍କର ସ୍ବରୂପ। ତେଣୁ ପ୍ରତି ଶନିବାର ଦିନ ଅଲକ୍ଷ୍ମୀ ଅଶ୍ବତ୍ଥ ବୃକ୍ଷଠାରେ ତାଙ୍କ ସହିତ ପୂଜା ପାଇବେ ବୋଲି ବିଷ୍ଣୁ ଅଲକ୍ଷ୍ମୀଙ୍କୁ ବର ଦେଲେ।