ସେପ୍ଟେମ୍ବର ୧ ଯାଏଁ ବଢିଲା ଆଶିଂକ ଲକଡାଉନ୍‌

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଅଗଷ୍ଟ ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ଅଗଷ୍ଟ ଗାଇଡଲାଇନ୍‌ ନେଇ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । କଟକ ଏବଂ ଭୁବନେଶ୍ବରରେ ସ୍ଥିତି ଏତେଟା ଉଦବେଗଜନକ ନୁହେଁ । ରାଜ୍ୟର ୨୭ ଜିଲ୍ଲାରେ ସଂକ୍ରମଣ ନଗଣ୍ୟ ରହିଛି । ସେପ୍ଟେମ୍ବର ୧ ତାରିଖ ଯାଏଁ ୩ ଜିଲ୍ଲାରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ପୁରୀ, କଟକ ଏବଂ ଭୁବନେଶ୍ବରରେ ରାତି ୮ ଟାରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ସହିତ ସପ୍ତାହାନ୍ତ ସଟ୍‌ଡାଉନ୍‌ ଜାରି ରହିବ । କୋଭିଡ ଗାଇଡଲାଇନ୍ ସହିତ ମଲ, ପାର୍କ ଏବଂ ସିନେମା ହଲ ଖୋଲିବ ।

ରାଜ୍ୟରେ ଖୋଲିବ ସମସ୍ତ ଧାର୍ମିକ ଅନୁଷ୍ଠାନ । ତେବେ ମନ୍ଦିର ଖୋଲିବ କି ନାହିଁ ସେ ନିଷ୍ପତ୍ତି ପରିଚାଳନା କମିଟି ନେଇପାରିବେ । କିନ୍ତୁ ଭୋଗ ନେଇ ଯାଇପାରିବେ ନାହିଁ ଶ୍ରଦ୍ଧାଳୁ । ରାତି ୮ଟା ଯାଏଁ ଖୋଲା ରହିବ ଦୋକାନ ବଜାର । ପୁରୀ, କଟକ ଏବଂ ଭୁବନେଶ୍ବରରେ ସପ୍ତାହାନ୍ତ ସଟଡାଉନ୍ ବଳବତ୍ତର । ପାର୍କ, ମଲ୍, ସମୁଦ୍ର କୂଳ, ସିନେମା ହଲ୍, ରେଷ୍ଟୁରାଣ୍ଟ ଖୋଲିବ । ସମସ୍ତ ଆହାର କେନ୍ଦ୍ର ଖୋଲାରହିବ । ରାସ୍ତାକଡ଼ ଜଳଖିଆ ଦୋକାନରେ ବସି ଖାଇପାରିବେ । ବିବାହରେ ୨୫, ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି । ବିବାହ ଭୋଜି ଉପରେ ପୂର୍ବପରି କଟକଣା ଜାରି ରହିବ । ମୀନା ବଜାର ଖୋଲାଯାଇପାରିବ । ସରକାରୀ-ବେସରକାରୀ ସ୍ବିମିଂ ପୁଲ ଖୋଲିବ ।

Leave a comment