ଛତିଶଗଡରେ ୧୮ ଜିଲ୍ଲାରେ ଲାଗୁ ହେଲା ଲକ୍ ଡାଉନ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତିଶଗଡରେ କୋଭିଡ୍ ୧୯ର ସଂକ୍ରମଣ ମାମଲା ବଢୁଥିବାରୁ ୧୮ଟି ଜିଲ୍ଲାରେ ଲକଡାଉନ୍ ଲାଗୁ ହୋଇଛି । ରବିବାର ବିଳାସପୁର ରେ ୧୪ ଏପ୍ରିଲରୁ ୨୧ ଅପ୍ରେଲ, ସରଗୁଡାରେ ୧୩ରୁ ୨୩ ଏପ୍ରିଲ, ବଳରାମପୁରରେ ୧୪ ସନ୍ଧ୍ୟା ୬ଟାରୁ ୨୫ ଏପ୍ରିଲ, ମୁଙ୍ଗେଲୀରେ ୧୪ରୁ ୨୧ ଏପ୍ରିଲ, ଜାଞ୍ଜଗିର-ଚାମ୍ପାରେ ୧୩ ସନ୍ଧ୍ୟା ୬ଟାରୁ ୨୩ଏପ୍ରିଲ ପର୍ଯ୍ୟନ୍ତ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ ଅନେକ ପ୍ରକାରର ଗତିବିଧି ଉପରେ ପ୍ରତିବନ୍ଧକ ବଳବତ୍ତର ରହିବ । ଉଲ୍ଲେଖଯୋଗ୍ୟ ଯେ, ରବିବାର ରାଜ୍ୟରେ ୧୦,୫୨୧ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୩,୨୯୭କୁ ବୃଦ୍ଧି ପାଇଛି । ୧୨୨ ସଂକ୍ରମିତଙ୍କ ମୃତ୍ୟୁ ପରେ ମୃତକଙ୍କ ସଂଖ୍ୟା ୪,୮୯୯କୁ ବୃଦ୍ଧି ପାଇଛି ।
ଏହାପୂର୍ବରୁ ଭୂପେଶ ଓ୍ବାଘେଲ ସରକାର ରାୟପୁର, ଦୁର୍ଗ, ଧମତରୀ ବାଲୋଦ, କୋରିଆ, ବେମେତରା, ରାଜନାଦଗାଓଁ, ଯଶପୁର, ବଲୌଦାବଜାରରେ ଲକ୍ ଡାଉନ୍ ଘୋଷଣା କରାଯାଇଥିଲା ଯାହା ବଳବତ୍ତର ରହିଛି । ସେପଟେ କୋବରାରେ ଆଜିଠାରୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଲଗାଯିବ । ଲକ୍ ଡାଉନ୍ ସମୟରେ ସବୁ ଜିଲ୍ଲାର ସୀମା ସିଲ୍ ରହିବ ।