ଟ୍ୱିଟ୍ କରି ସତର୍କ କରାଇଲେ ବାଚସ୍ପତି
ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନାମରେ ଫେକ୍ ହ୍ୱାଟସଆପ ଆକାଉଣ୍ଟ। ଏହି ଫେକ୍ ଓ୍ୱାଟସଆପ ଡିପିରେ ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ରଖି ସାଂସଦ ମାନଙ୍କୁ ମାସେଜ୍ ପଠାଇବା ଉଦ୍ୟମ କରାଯାଉଥିଲା। ଲୋକସଭା ବାଚସ୍ପତି ଓମ ବିର୍ଲା ଏ ବାବଦରେ ଅବଗତ ହେବା ପରେ ଟୁଇଟ କରି କହିଛନ୍ତି , କିଛି ବ୍ୟକ୍ତି ତାଙ୍କ ନାମରେ ନକଲି ଆକାଉଣ୍ଟ ତିଆରି କରିଛନ୍ତି । ଏବଂ ସେମାନେ ସାଂସଦ ତଥା ଅନ୍ୟ ଅଧିକାରୀଙ୍କ ନିକଟକୁ 2-3 ନମ୍ବରରୁ ମେସେଜ ପଠାଉଛନ୍ତି। ଏଥିସହିତ ସେ ଏହି ସବୁ ନମ୍ବରକୁ ପୋଷ୍ଟ କରିଛନ୍ତି । 7862092008, 9480918183 ଏବଂ 9439073870 ।
ଏହା ପରେ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ତିନି ଜଣଙ୍କୁ ଗିରଫ କରିଛି। ଏହି ତିନି ଅଭିଯୁକ୍ତଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚ ଢେଙ୍କାନାଳରୁ ଗିରଫ କରିଛି। ଏହି ତିନିଜଣଙ୍କୁ ପାଞ୍ଚ ଦିନିଆ ପୋଲିସ ହେପାଜତରେ ରହିଛନ୍ତି। ସୂଚନାମୁତାବକ, ନିକଟରେ ଓଡ଼ିଶାରୁ ଗିରଫ ହୋଇଥିଲେ ବେଆଇନ୍ ସିମ୍ ଆକ୍ଟିଭ ବିକ୍ରି କରୁଥିବା ରାକେଟ। ଯେଉଁଥିରେ ଗୋଟିଏ ନମ୍ବରର ହ୍ୱାଟସଆପ ଆକାଉଣ୍ଟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ରହିଥିଲା।