ବଦଳିଛି ଏଲପିଜି ଗ୍ୟାସ୍ ସିଲିଣ୍ଡର ନିୟମ, ଜାଣନ୍ତୁ ନିୟମରେ କ’ଣ ରହିଛି ପରିବର୍ତନ
ବଦଳିଲା ଏଲପିଜି ଗ୍ୟାସ୍ ଗ୍ୟାସ୍ ସିଲିଣ୍ଡର ନିୟମ । ତେବେ ଲାଗୁ ହୋଇଥିବା ନିୟମ ଅନୁଯାଇ ଆପଣ ଗୋଟିଏ ବର୍ଷରେ କେତୋଟି ସିଲିଣ୍ଡର ଆବେଦନ କରିପାରିବେ?
ତେବେ ବର୍ତମାନର ନୂଆ ନିୟମ ଅନୁଯାଇ, ଏଥର ଯେକୌଣସି ଗ୍ରାହକ ଗୋଟିଏ ବର୍ଷରେ ସର୍ବାଧିକ ୧୫ଟି ସିଲିଣ୍ଡର ବୁକ୍ କରିପାରିବେ । ଜଣେ ଗ୍ରାହକ ଗୋଟିଏ ବର୍ଷରେ ୧୫ ରୁ ଅଧିକ ସିଲିଣ୍ଡର ନେଇପାରିବେ ନାହିଁ । ଏଥିସହ ଗୋଟିଏ ମାସରେ ୨ ରୁ ଅଧିକ ସିଲିଣ୍ଡର ନେଇପାରିବେ ନାହିଁ ଜଣେ ଗ୍ରାହକ ।
ତେବେ ନୂତନ ନିୟମ ପ୍ରସ୍ତୁତ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ସିଲିଣ୍ଡର ପାଇବା ପାଇଁ ମାସ କିମ୍ବା ବର୍ଷର କୌଣସି କୋଟା ସ୍ଥିର କରାଯାଇ ନାହିଁ । ଏକ ଖବର ଅନୁଯାୟୀ, ସବସିଡିଯୁକ୍ତ ସିଲିଣ୍ଡର ସଂଖ୍ୟା ଗୋଟିଏ ବର୍ଷରେ ୧୨କୁ ବୃଦ୍ଧି କରାଯାଇ ୧୫ କରାଯାଇଥିଲେ ମଧ୍ୟ ଆପଣ କେବଳ ୧୨ଟିର ସବସିଡି ପାଇପାରିବେ ।