ସରକାରଙ୍କ ନିଦ ହଜାଇଛି ଚାବି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିବା ଘଟଣା କୁ ନେଇ ଅଡୁଆରେ ସରକାର । ସବୁଆଡୁ ସମାଲୋଚନା ପରେ ସରକାରଙ୍କ ପଶିଲା ଚେତା । ରତ୍ନ ଭଣ୍ଡାର ଚାବି କୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ।

ଗତ କାଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ହଜି ଯାଇଥିବା ଚାବି ସମ୍ୱନ୍ଧରେ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇବା ପରେ ମୁଖ୍ୟମନ୍ତ୍ରୀ ଏହାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଚାବି ହଜିଛି ଏବଂ କାହିଁକି ଚାବି ମିଳୁନି, କମିଶନ ତାହାର ତଦନ୍ତ କରିବାପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଏହାର ଦାୟିତ୍ବ ଦିଆଯିବ। ସେ ତିନି ମାସ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ପ୍ରଦାନ କରିବେ ।

ଏ କଥା ଆଜି କି କାଲି ର ନୁହେଁ ବରଂ ୪୦ରୁ ଅଧିକ ବର୍ଷ ପୂର୍ବର। ଜିଲ୍ଲା ଟ୍ରେଜେରିକୁ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ଆଉ ଫେରିନାହିଁ । ଜିଲ୍ଲାପାଳ ଏ ସମ୍ୱନ୍ଧ ରେ ଗତ ଏପ୍ରିଲ୍ ୪ ତାରିଖରେ ହେବାକୁ ଥିବା ରତ୍ନ ଭଣ୍ଡାର ର ସ୍ଥିତିର ଯାଞ୍ଚ ପୂର୍ବରୁ ପରିଚାଳନା କମିଟି ବୈଠକରେ ଅବଗତ କରାଇଥିଲେ। ମାତ୍ର ଏତେ ବଡ଼ ଘଟଣାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଲୁଚାଇଥିଲା କାହିଁକି? ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜିଯିବା କୌଣସି ସାଧାରଣ ଭୁଲ ନୁହେଁ । କାରଣ ଜଗନ୍ନାଥଙ୍କ ସହ କୋଟିକୋଟି ଭକ୍ତଙ୍କ ଆବେଗ ଯୋଡି ହୋଇ ରହିଛି। ଏହା ଭକ୍ତ ଙ୍କ ଭକ୍ତି ପ୍ରତି କୁଠାରଘାତ। ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଦୀପ ଜେନା ଏହାକୁ କାହିଁକି ଚାପି ଦେଇଥିଲେ? ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଦୀପ ଜେନା ରତ୍ନ ଭଣ୍ଡାର ଚାବି ହଜିବା ଘଟଣା ପ୍ରସଙ୍ଗ ରେ ସରକାରଙ୍କୁ ଅବଗତ କରାଇଥିଲେ କି ଯଦି ସରକାର ଅବଗତ ଥିଲେ ଚାବି କୁ ନେଇ ଏତେ ଝଡ ତୁଫାନ ପରେ ତଦନ୍ତ ନିର୍ଦେଶ କଣ ପାଇଁ ?
ଶ୍ରୀ ଜଗନ୍ନାଥ ସେନା ଏହା କହିବା ସହ ଏହାର ସିବିଆଇ ଦ୍ୱାରା ତଦନ୍ତ ଦାବି କରି ସିବିଆଇ ଅଫିସ ସମ୍ମୁଖରେ ଧାରଣା ମଧ୍ୟ ଦେଇଛି।

ବିଜେପି କହିବାନୁସାରେ ଜଗନ୍ନାଥପ୍ରେମୀଙ୍କ ମନକୁ ଏହା ଆଘାତ କରିଛି। ବିଚାର ବିଭାଗୀୟ ତଦନ୍ତ ରିପୋର୍ଟ ଉପରେ ଭରସା ନାହିଁ ତୁରନ୍ତ ଏହାକୁ ସିବିଆଇ ହାତକୁ ହସ୍ତାନ୍ତର କରାଯାଉ ।

ସେହିଭଳି କଂଗ୍ରେସ କହିଛି , ବିଚାର ବିଭାଗୀୟ ତଦନ୍ତ ଯଥେଷ୍ଟ ନୁହେଁ । କାରଣ ଏହି କମିଶନ କେବଳ ସୁପାରିଶ କରିପାରିବ , ଦୋଷୀକୁ ଦଣ୍ଡବିଧାନର କ୍ଷମତା କମିଶନ ପାଖରେ ନାହିଁ ତେଣୁ ରାଜ୍ୟ ସରକାର ଫୌଜଦାରୀ ମାମଲା ରୁଜୁ କରନ୍ତୁ । ପୋଲିସର ଏକ ସ୍ୱତନ୍ତ୍ର ଦଳ ଏହାର ତଦନ୍ତ କରୁ ଯାହାଦ୍ୱାରା ପ୍ରକୃତ ଦୋଷୀକୁ ଦଣ୍ଡ ମିଳି ପାରିବ ।

Leave a comment