ଶରଧାବାଲିରେ ପହଞ୍ଚିଲା ତିନିଥର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା କଟକଣା ମଧ୍ୟରେ ପାଳନ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟିଛି । ଅତ୍ୟନ୍ତ ଭାବ ବିହ୍ୱଳ ପରିବେଶରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇଥିଲା । ଏହାପରେ ଭକ୍ତି ରସରେ ଉନ୍ମାଦିତ ପରିବେଶ ମଧ୍ୟରେ, ଦେବୀ ସୁଭଦ୍ରାଙ୍କ ଭବ୍ୟ ଦେବଦଳନ ରଥ ଘଣ୍ଟଘଣ୍ଟା ନାଦ ଅନୁରଣନରେ ଟଣା ହୋଇଥିଲା । ସର୍ବ ଶେଷରେ ଭାବବିନୋଦିଆ ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଯାଇଥିଲା । ବିନା ଭକ୍ତରେ ସେବାୟତ ଟାଣୁଛନ୍ତି ରଥ । ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ୩ ଘଣ୍ଟା ପୂର୍ବରୁ ଗଡିଲା ରଥ । ପ୍ରଥମେ ୩ ରଥରେ ସାରଥୀ ଓ ଘୋଡାଯଚା କାମ ସମ୍ପନ୍ନ କରାଯିବା ପରେ ଆରମ୍ଭ ହୋଇଥିଲା ରଥଟଣା ।
ଆଜି ୧୨.୩୦ ମିନିଟ ରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ ଟଣା ଆରମ୍ଭ ହୋଇ ୩.୫୫ ମିନିଟ ରେ ଶରଧାବାଲି ରେ ପହଞ୍ଚିଥିଲା । ଏହାର ପାଖାପାଖି ଏକ ଘଣ୍ଟା ପରେ ୧.୦୫ ମିନିଟ ରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଟାଣ ଆରମ୍ଭ ହୋଇଥିଲା ବେଳେ ୫.୧୦ ମିନିଟ ରେ ଶରଧାବାଲି ରେ ପହଞ୍ଚି ଥିଲା । ସେହିପରି ଜଗତର ନାଥ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ୧.୫୦ମିନିଟ ରେ ଟଣା ଆରମ୍ଭ ହୋଇଥିଲା ଏବଂ ୫.୩୫ ମିନିଟ ରେ ଶରଧାବାଲି ରେ ପହଞ୍ଚି ଥିଲା ।
ସୂଚନା ଅନୁଯାୟୀ, ରଥାରୁଢ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିବା ପରେ । ଗଜପତି ମହାରାଜଙ୍କ ଦ୍ଵାରା ଛେରା ପହଁରା ନୀତି ସମ୍ପନ୍ନ ହୋଇଥିଲା ।