ମଲ୍ ନିକଟରେ ଲୁଟ, ଯୁବତୀ ଗୁରୁତର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି । ଅପରାଧୀ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରି ଘଟାଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଅପରାଧ । କେତେବେଳେ ବିଚ ରାସ୍ତାରେ ହତ୍ୟା କରୁଛନ୍ତି ତ କେତେବେଳେ ଲୋକଙ୍କ ଠାରୁ କରୁଛନ୍ତି ଲୁଟ । ଏଭଳି ଏକ ଲୁଟ ଘଟିଛି ରସୁଲଗଡ଼ ସ୍ଥିତ ଏକ ମଲ୍ ନିକଟରେ । ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଜଣେ ଯୁବତୀଙ୍କ ଠାରୁ ଲୁଟି ନେଇଛନ୍ତି ସୁନାଚେନ, ପର୍ସ ଓ ମୋବାଇଲ୍ ।

ସୂଚନା ଅନୁଯାୟୀ, ଜଣେ ଯୁବତୀ ମାର୍କେଟ ଆସୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପଲସର ବାଇକ୍‌ରେ ଆସି ତାଙ୍କ ସୁନାଚେନ, ପର୍ସ ଓ ମୋବାଇଲ ଝାମ୍ପି ନେଇଛନ୍ତି । ଲୁଟର ଶିକାର ହୋଇଥିବା ଯୁବତୀ ଜଣକ ଗୁରୁତର ଆହତ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି ।

Leave a comment