ବରଯାତ୍ରୀରେ ଆସି ଲୁଟିନେଲ ସୁନାଗହଣା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀରେ ବଢ଼ିଚାଲିଛି ଲୁଟେରାଙ୍କ ରାଜ। ଏଥର ବରଯାତ୍ରୀ ବେଶରେ ଆସି ଭୋଜି ଖାଇଲେ, ଭ୍ୟାନିଟି ବ୍ୟାଗ୍ ଧରି ଛୁ ମାରିଲା ଲୁଟେରା । ୨ ଲକ୍ଷ ଟଙ୍କାର ସୁନା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏହି ଚୋରି ସମୟର ସିସିଟିଭି ଭିଜୁଆଲ ବର୍ତ୍ତମାନ ସାମ୍ନାକୁ ଆସିଛି ।
ସୂଚନାଯୋଗ୍ୟ, ଏହି ଘଟଣା କେଶୁରା ଛକ ପଲ୍ଲବୀ ମଣ୍ଡପରେ ଘଟିଛି। କେଶୁରା ଛକ ପଲ୍ଲବୀ ମଣ୍ଡପରେ ଚାଲିଥିଲା ବାହାଘର । ଏହି ସମୟରେ ଜଣେ ନାବାଳକ ଓ ଜଣେ ବୟସ୍କ ବ୍ୟକ୍ତି ମଣ୍ଡପକୁ ଆସିଥିଲେ । ତା’ପରେ ଭୋଜି ଖାଇଥିଲେ । ମୌକା ପାଇ ମହିଳାଙ୍କ ସୁନା ଗହଣା ଥିବା ବ୍ୟାଗ୍ ଉଠାଇ ନେଇ ଚମ୍ପଟ୍ ମାରିଥିଲେ । ଏନେଇ ସହିଦନଗର ଥାନାରେ ଏତଲା ଦିଆଯିବା ପରେ ପୋଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ।