ଚୋରଙ୍କୁ ସୁହାଉଛି କର୍ଫ୍ୟୁ, ଦେଖନ୍ତୁ ସିସିଟିଭି ଫୁଟେଜ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚୋରଙ୍କୁ ସୁହାଉଛି କର୍ଫ୍ୟୁ । ରାତ୍ରି କାଳୀନ କର୍ଫ୍ୟୁ ଫଳରେ ସନ୍ଧ୍ୟା ୭ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯାଉଥିବାରୁ ମାତିଛନ୍ତି ଲୁଟେରା ଦଳ । ଏହି କର୍ଫ୍ୟୁ ସମୟରେ ଔଷଧ ଦୋକାନରେ ପଶି ଜଣେ ଲୁଟେରା ଡ୍ର ରୁ ଟଙ୍କା ଚୋରି କରୁଥିବା ଦୃଶ୍ୟ କଏଦ ହୋଇଛି ସିସି ଟିଭିରେ । ଖଣ୍ଡଗିରି ଥାନା ଡୁମୁଡୁମା ବଜାରରେ ଥିବା ମାକେର୍ଟ କମ୍ପେକ୍ସରେ ଘଟିଛି ଏଭଳି ଘଟିଛି । ଲୁଟେରାମାନେ କର୍ଫ୍ୟୁ ରାତିରେ ସିରିଜ ଲୁଟ କରି ନଗଦ ୧ଲକ୍ଷ ୨୦ ହଜାର ଟଙ୍କା ସହ ବହୁ ମୁଲ୍ୟବାନ ଜିନିଷ ଲୁଟି ନେଇ ପଳାଇଛନ୍ତି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଫୁଟେଜ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଲୁଟେରାମାନଙ୍କୁ ଧରିବା ପାଇଁ ଥାନା ଅଧିକାରୀ ରଶ୍ମିରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ ଜାରି ରଖିଛି ।

ସୂଚନା ଅନୁଯାୟୀ, ଖଣ୍ଡଗିରି ଥାନା ଡୁମୁଡୁମା ହାସିଂବୋର୍ଡ କଲୋନୀରେ ମସଜୀ ମାର୍କେଟ କମ୍ପ୍ଲେକ୍ସ ରହିଛି । ଡୁମୁଡୁମାର ମିଜ୍‍ ଆର ଫକୀର ନାମକ ଜଣେ ଯୁବକ ଏ.କେ ମେଡିସିନ ଦୋକାନରୁ ଦୁଇଦିନ ତଳେ ୧ଲକ୍ଷ ୨୦ ହଜାର ଟଙ୍କା ଲୁଟ ହୋଇଥିଲା । ଯାହାକି ତାଙ୍କ ଦୋକାନରେ ଥିବା ସିସି ଟିଭିରେ କଏଦ ହୋଇଛି ।

ଅଭିଯୋଗ ମୁତାବକ, ରାତି ସଢେ଼ ୨ଟା ବେଳେ ଦୁଇଟି ମୋଟର ସାଇକେଲରେ ୪ ଲୁଟେରା ଆସି ମାର୍କେଟ ନିକଟରେ ପହଚିଂଥିଲେ । ଜଣେ ଯୁବକ ଔଷଧ ଦୋକାନର ସର୍ଟର ର ତାଲା ଭାଙ୍ଗି ଭିତରେ ଥିବା ୧ଲକ୍ଷ ୨୦ ହଜାର ଟଙ୍କା ଲୁଟି ନେଇ ପଳାଇଥିଲେ ।

Leave a comment