ଦେଶର ସବୁଠାରୁ ଲମ୍ବା ପୋଲ ଲୋକାର୍ପିତ କଲେ ମୋଦି
ଓଡ଼ିଶାଫାଷ୍ଟ(ବ୍ୟୁରୋ): ଦେଶର ସବୁଠାରୁ ଲମ୍ବା ୨ ଥାକିଆ ପୋଲ ବୋଗିବିଲ ବ୍ରିଜକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି । ଆସମାର ବ୍ରହ୍ମପୁତ୍ର ନଦୀ ଉପରେ ର୍ନିମାଣ କରାଯାଇଥିବା ଏହି ପୋଲକୁ ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି । ଏହା ମୋଦିଙ୍କ ରାଜନୈତିକ ଗୁରୁ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଉଛି । କାରଣ ଆଜକୁ ଠିକ ୧୬ ବର୍ଷ ତଳେ ୨୦୦୨ ମସିହାରେ ଅଟଳ ବିହାରୀ ବାଜପେୟୀ ଏହି ପୋଲର ଶିଳାନ୍ୟାସ କରିଥିବା ବେଳେ ଆଜି ହେଉଛି ବାଜପେୟୀଙ୍କ ଜନ୍ମ ବାର୍ଷିକୀ ।
ସୂଚନାଯୋଗ୍ୟ, ଏଥିରେ ଉଭୟ ଟ୍ରେନ ଓ ଯାନବାହନ ଚଳାଚଳ କରିପାରିବ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ଆସାମର ଦିବ୍ରୁଗଡ଼ ନିକଟସ୍ଥ ମୋହନବାରି ବିମାନନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ଜଗଦୀଶ ମୁଖୀ ଓ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସେନୋଓ୍ବାଲ ତାଙ୍କୁ ସ୍ବାଗତ କରିଥିଲେ । ମୋଦି ସେଠାରୁ ହେଲିକପ୍ଟରରେ ବୋଗିବିଲ ଯାଇ ଧେମାଜିକୁ ଦିବ୍ରୁଗଡ଼ ସହ ଯୋଡ଼ୁଥିବା ଦେଶର ଦୀର୍ଘତମ ସେତୁକୁ ଉଦ୍ଘାଟନ କରିଥିଲେ ।