୨୦୨୧ ବର୍ଷଟି ସିଂହ ରାଶିର ଜାତକଙ୍କ ପାଇଁ କେମିତି ରହିବ। ଆସନ୍ତୁ ଜାଣିବା

ବନ୍ଧୁଗଣ ୨୦୨୧ ମସିହା ଇଂରାଜୀ ନବ ବର୍ଷ। କେମିତି କଟିବ ୧୨ ଗୋଟି ରାଶି ବ୍ୟକ୍ତି ମାନଙ୍କ ରାଶିଫଳ? କଣ ରହିଛି ଗ୍ରହ ମାନଙ୍କର ଫଳାଫଳ। କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା। ଧନୁରେ ରବି, ବୁଧ କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ ଶନି, ବିଛାରେ ଶୁକ୍ର କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷ ଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ ମସିହା ଏପ୍ରିଲ ମାସ ୬ ତାରିଖରେ କୁମ୍ଭ ରାଶିକୁ ଚଳନ କରିବେ। ସେପ୍ଟେମ୍ବର ମାସ ୧୪ ତାରିଖରେ ମକର ରାଶିକୁ ବକ୍ରି ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନଃରାୟ କୁମ୍ଭ ରାଶିକୁ ପୁନଃରାୟ ଚଳନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ତେବେ ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ ଅବସ୍ଥାନ କରିବେ। ତେବେ ଆସନ୍ତୁ ଜାଣିବା ଏହି ବର୍ଷର ରାଶିଫଳ।
ସିଂହ ରାଶିର ୨୦୨୧ ମସିହାର ବାର୍ଷିକ ରାଶିଫଳ। ୨୦୨୧ ମସିହା ଇଂରାଜୀ ନବ ବର୍ଷ ଆରମ୍ଭରେ ସିଂହ ରାଶି ଜାତ ମହିଳା ଏବଂ ପୁରୁଷ ମାନଙ୍କର ରବି ବୁଧ ପଞ୍ଚମ ଭାଗରେ,ମଙ୍ଗଳ ନବମ ଭାଗରେ, ଗୁରୁ ଶନି ଷଷ୍ଠ ଭାଗରେ, ଶୁକ୍ର କେତୁ ଚତୁର୍ଥ ଭାଗରେ, ରାହୁ ଦଶମ ଭାଗରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ଚନ୍ଦ୍ର, ଶୁକ୍ର,ଶନି ଏବଂ ରାହୁ ଶୁଭ ଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହ ମାନେ ଅଶୁଭ ଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ବାରା କେତେକାଂଶରେ ଶୁଭ ଫଳ ମିଳିପାରେ। ବିଶେଷତ୍ୱ, ମହାଦଶା, ଅନ୍ତ ଦଶା ଶୁଭ ଥିଲେ ଗୋଚର ଗ୍ରହ ମାନଙ୍କର କୁପ୍ରଭାବ ସେତୋଟା ପଡ଼ିବ ନାହିଁ। ରାହୁ କର୍ମ ଭାଗରେ ରହି ବୃହସ୍ପତିଙ୍କର କର୍ମ ଭାଗକୁ ଦୃଷ୍ଟି ପଡୁଥିବାରୁ ଶନିଷ୍ଠ ଭାଗରେ ରହି ରାଜଯୋଗ ସୃଷ୍ଟି କରୁଥିବାରୁ ନିଜ ଭିତରେ ଏକ ସକରାତ୍ମକ ଶକ୍ତି ଅନୁଭବ କରିବେ। ଭାଗ୍ୟର ପୂର୍ଣ ସମର୍ଥନ ପାଇବେ। ସମସ୍ତ କାର୍ଯ୍ୟରେ ସଫଳତା ମିଳିବ।
ନିଜର ଦକ୍ଷତାକୁ ଚିହ୍ନଟ କରି ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବେ। ଯାହା ଦ୍ବାରା ଆପଣଙ୍କୁ ପ୍ରଶଂସା ଏବଂ ପୁରସ୍କାର ମିଳିବ। ଭୂମି, ସମ୍ପତ୍ତି ଆଦି ମିଳିବ। ବିଶେଷ କରି ପୈତୃକ ସମ୍ପତ୍ତି ପ୍ରାପ୍ତ ହେବା ସହ ରାଜକୀୟ ସମ୍ମାନ ମଧ୍ୟ ପ୍ରାପ୍ତ ହେବ। ପ୍ରତ୍ୟକ କ୍ଷେତ୍ରରେ ଭଲ ପରାମର୍ଶ ମିଳିବ। ସଫଳତାର ବାଟ ଖୋଲିବ। ସେୟାର ବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ, ଚମଡ଼ା, ଠିକାଦାରୀ, ରାସ୍ତା ଗୃହ ନିର୍ମାଣ, ମଟର ପାର୍ଟ, ପେଟ୍ରୋଲିୟମ ପଦାର୍ଥ, କ୍ୟାରିୟର, କୋଇଲା,କଳଥ, ଖାଦ୍ୟ ଦ୍ରବ୍ୟ, ତେଲ, ଘିଅ, ଖାଦ୍ୟ ସାମଗ୍ରୀ, କାଚ, ବିଦ୍ୟୁତ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର ଆଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ ହେବେ। ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ବ୍ୟବସାୟ, ବାଣିଜ୍ୟ, ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ। ସମସ୍ତ ଗୁରୁତ୍ବପୂର୍ଣ ନିଷ୍ପତି ନେଲେ ବ୍ୟବସାୟରେ ଅଚାନକ ଧନ ପ୍ରାପ୍ତି ହେବ। ଜାଗା, ଜମି, ବାସଗୃହ, ଯାନବାହନ, କ୍ରୟ କରିବାର ସୁବିଧା ପାଇବେ। ଅବିବାହିତ ମାନଙ୍କର ବିବାହ ଘଟିବା ସହ ବୈସୟୀକ ବା ଧନ ସମୃଦ୍ଧି ଯୁକ୍ତ ହେବ। ଅଳ୍ପରେ ସନ୍ତୁଷ୍ଟ ହେବେ। ବନ୍ଧୁ ବାନ୍ଧବଙ୍କ ସମସ୍ୟା ସମାଧାନ ହୋଇ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ସହ ବନ୍ଧୁ ବାନ୍ଧବଙ୍କ ନିକଟରେ ଗୁରୁଜନ, ପ୍ରିୟ ଲୋକ ପାଖରେ ଆଦୃତ ହେବେ। ଅଧ୍ୟୟନ, ଅଧ୍ୟାପନା,ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ। ନାନାବିଧି ସୁଯୋଗ ଶୁଭଫଳ ପ୍ରାପ୍ତି ହେବ। ଶୁଭ ସମାଚାର ପାଇ ମାନସିକ ଦୁଶ୍ଚିନ୍ତା ଦୁର ହୋଇ ଜୋଶମାନ ବୃଦ୍ଧି ହେବ।ସହନସିଳତା ଯୋଗେ ପ୍ରଶଂସା ମିଳିବ।