ଦୁଇ ସପ୍ତାହ ପାଇଁ ବଢିଲା ଲକଡାଉନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଉ ଦୁଇ ସପ୍ତାହ ପର୍ଯ୍ୟନ୍ତ ବଢିଲା ଲକଡାଉନ ଅବଧି । ସମଗ୍ର ଦେଶରେ କରୋନା ମହାମାରୀ ପାଇଁ ମେ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକ ଡାଉନ ଜାରି କରାଯାଇଥିଲା । ଏହି ଲକ ଡାଉନ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଫଳରେ ମେ ୩ ବଦଳରେ ମେ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର ଦେଶରେ ବଳ ବତ୍ତର ରହିବ । ଏନେଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି  ହୋଇଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ରୁ ଲଗାତର ଭାବେ ଜନତା କର୍ଫ୍ୟୁ ଓ ଲକ ଡାଉନକୁ କେନ୍ଦ୍ର ସରକାର ବିଭିନ୍ନ ପର୍ଯ୍ୟାୟରେ ଜାରି କରିଚାଲିଛନ୍ତି ।

Leave a comment